fbpx

ଭାରତର ବୈଦେଶିକ ସଚିବ ନିଯୁକ୍ତ, ଜୁଲାଇ ୧୫ରେ କାର୍ଯ୍ୟରେ ଯୋଗଦେବେ

Advertisement

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ବିକ୍ରମ ମିଶ୍ରିଙ୍କୁ ବୈଦେଶିକ ସଚିବ ଭାବରେ ନିଯୁକ୍ତ କରାଯାଇଛି । ବର୍ତ୍ତମାନ ବୈଦେଶିକ ସଚିବ ବିନୟ କ୍ୱାଟ୍ରାଙ୍କ ନିର୍ଦ୍ଦେଶ ଅନୁସାରେ ବିକ୍ରମ ମିଶ୍ରି ଜୁଲାଇ ୧୫ ତାରିଖରୁ ସରକାରଙ୍କ କାର୍ଯ୍ୟରେ ଯୋଗ ଦେବାକୁ ଯାଉଛନ୍ତି । ଖବର ଅନୁସାରେ, ଏହା ପୂର୍ବରୁ ଶ୍ରୀ ମିଶ୍ରି ଭାରତର ତିନିଜଣ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବରେ ମଧ୍ୟ କାମ କରିଛନ୍ତି । ସେଥିମଧ୍ୟରୁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମନମୋହନ ସିଂ ଏବଂ ଇନ୍ଦର କୁମାର ଗୁଜରାଲଙ୍କ ବ୍ୟକ୍ତିଗତ ସଟିବି ଭାବରେ କାମ କରିଛନ୍ତି ।

ଏଥିସହିତ ବିକ୍ରମ ମିଶ୍ରି ଜଣେ ଦକ୍ଷ କୂଟନୈତିଜ୍ଞ ହୋଇଥିବାରୁ ତାଙ୍କୁ ରଷ୍ଟ୍ରଦୂତ ଭାବରେ ବିବେଚିତ କରାଯାଇଥିଲା । ଚୀନ୍ ସହିତ ଭାରତର ହୋଇଥିବା ବିଭିନ୍ନ ବୈଦେଶିକ କାରବାରରେ ସେ ତାଙ୍କର କୂଟନୀତି ଦ୍ୱାରା ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହାସଲ କରିଥିଲେ । ସେହିପରି ୨୦୨୦ ମସିହାରେ ଭାରତ ଏବଂ ଚୀନକୁ ନେଇ ଗାଲୱାନ ଉପତ୍ୟକାରେ ହୋଇଥିବା ବଡଧରଣର ବିବାଦକୁ ବିକ୍ରମ ମିଶ୍ରି କୂଟନୀତି ଦ୍ୱାରା ସମାଧାନ କରି ପାରିଥିଲେ । ସେ ତାଙ୍କର ରାଷ୍ଟ୍ରଦୂତ କ୍ୟାରିୟର ଭାବରେ ଅନେକ ବଡ ବଡ ରାଷ୍ଟ୍ରମାନଙ୍କ ସହ କାମ କରି ଆସିଛନ୍ତି । ସେ ସ୍ପେନ, ମିଆଁମାର, ଆମେରିକା, ଶ୍ରୀଲଙ୍କା, ପାକିସ୍ତାନ, ଜର୍ମାନ ଭଳି ରାଷ୍ଟ୍ର ସହିତ କାମ କରିଛନ୍ତି । ବୈଦେଶିକ ସଚିବ ବିନୟ ମୋହନ କ୍ୱାଟ୍ରା ବିକ୍ରମ ମିଶ୍ରିଙ୍କ କାର୍ଯ୍ୟ ଦକ୍ଷତା ଦେଖି ଭାରତର ବୈଦେଶିକ ସଚିବ ଭାବରେ ନିଯୁକ୍ତ କରିଛନ୍ତି ।

Get real time updates directly on you device, subscribe now.