fbpx

ଷ୍ଟେନୋଗ୍ରାଫର ପଦବୀରେ ମେଗା ନିଯୁକ୍ତି, ମିଳିବ 25 ହଜାର ଦରମା

ନୂଆଦିଲ୍ଲୀ: ଚାକିରି ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ବାହାରିଲା ଷ୍ଟେନୋଗ୍ରାଫର ନିଯୁକ୍ତି । ଆସାମ ଲୋକସେବା ଆୟୋଗ( APSC) ପକ୍ଷରୁ ଷ୍ଟେନୋଗ୍ରାମର ଗ୍ରେଡ-2 ପଦବୀ ପାଇଁ ନିଯୁକ୍ତି ସୂଚନା ଜାରି କରାଯାଇଛି । ଏଥିପାଇଁ ଆବେଦନ ପ୍ରକ୍ରିୟା ମଧ୍ୟ ଆରମ୍ଭ କରାଯାଇଛି । ଯୋଗ୍ୟ ଆଶାୟୀମାନେ ଅକ୍ଟୋବର 3 ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ । apscrecruitment.in ଓ୍ବେବସାଇଟକୁ ଯାଇ ଆବେଦନ କରିପାରିବେ । 36ଟି ପଦବୀ ପାଇଁ ନିଯୁକ୍ତି ନୋଟିଫିକେସନ ବାହାରିଛି । ସେଥିମଧ୍ୟରୁ ଇଂରାଜୀ ପାଇଁ 26ଟି ଏବଂ ଷ୍ଟେନୋଗ୍ରାଫର୍ ଗ୍ରେଡ୍-୨ (ଭାଷା) ପାଇଁ 10 ଟି ପଦବୀ ରହିଛି । ପ୍ରକାଶଥାଉକି ଷ୍ଟୋନୋଗ୍ରାଫର ଦ୍ବିତୀୟ ଗ୍ରେଡ ପାଇଁ ଦରମା 22 ହଜାରରୁ 97 ହଜାର ଟଙ୍କା ରଖାଯାଇଛି । ଷ୍ଟେନୋଗ୍ରାଫର ଗ୍ରେଡ-2 ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଡିଗ୍ରୀ ରହିଥିବା ଆବଶ୍ୟକ । ବୟସ 21 ବର୍ଷରୁ 38 ବର୍ଷ ମଧ୍ୟରେ ହେବା ଉଚିତ୍ ।

ଷ୍ଟେନୋଗ୍ରାଫର ଗ୍ରେଡ-2 ପଦବୀରେ ଆବେଦନ କରିବା ପାଇଁ ପ୍ରଥମେ ଅଧିକାରିକ ଓ୍ବେବସାଇଟ୍ apscrecruitment.in କୁ ଯାଆନ୍ତୁ । ଏହାପରେ ଲାଟେଷ୍ଟ ରିକ୍ରୁଟମେଣ୍ଟ ଆଡଭରଟାଇଜମେଣ୍ଟ ଟ୍ୟାବକୁ ଯାଆନ୍ତୁ । ଏହାପରେ ଷ୍ଟେନୋଗ୍ରାଫର ଗ୍ରେଡ-2 ନୋଟିଫିକେସନ ଲିଙ୍କରେ କ୍ଲିକ କରନ୍ତୁ । ପ୍ରଥମେ ଫର୍ମ ଭରିବା ପରେ ଆବେଦନ ଫି ଭରିବେ । ଭବିଷ୍ୟତକୁ ଦୃଷ୍ଟିରେ ରଖି ପ୍ରିଣ୍ଟ ବାହାର କରିପାରିବେ ।

Get real time updates directly on you device, subscribe now.