ନୂଆଦିଲ୍ଲୀ: ବିବାହର ୨୯ ବର୍ଷ ପରେ ଏଆର ରେହମାନ ଏବଂ ସାୟରା ବାନୋଙ୍କର ଛାଡ଼ପତ୍ର ହେବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏତିକି ନୁହେଁ, ଲୋକଙ୍କୁ ସେତେବେଳେ ଏହା ଲାଗିଲା ଯେତେବେଳେ ରେହମାନ ଏବଂ ସାୟରା ବାନୋଙ୍କ ଅଲଗା ହେବା ଖବର ଗୋଟିଏ ପୋଷ୍ଟରେ ଲେଖାଯାଇଥିଲା ଏବଂ ତା’ତଳେ ଏକ ହ୍ୟାସଟ୍ୟାଗର ମଧ୍ୟ ବ୍ୟବହାର କରାଯାଇଥିଲା । ରେହମାନ ଏବଂ ସାୟରାଙ୍କର ଅଲଗା ହେବାର କାରଣକୁ ନେଇ, ଏହି ବିବାଦ ମଧ୍ୟରେ ଓକିଲ ଏବଂ ପରିଚିତ ଡିଭୋର୍ସ ଓକିଲ ବନ୍ଦନା ଶାହ ଇଣ୍ଟର ଭ୍ୟୁରେ ନିଜର ମତ ପ୍ରକାଶ କରିଛନ୍ତି ।
ବନ୍ଦନା ଶାହ କହିଛନ୍ତି ଯେ, ସାଧାରଣ ଲୋକଙ୍କ ପରି ପ୍ରସିଦ୍ଧିଲାଭ କରିଥିବା ଲୋକଙ୍କର ଛାଡପତ୍ର ନେବାର କାରଣ ମଧ୍ୟ ସମାନ । ରେହମାନ ଏବଂ ସାୟରା ବାନୋଙ୍କୁ ଅଲଗା ହେବାର ନିଷ୍ପତ୍ତିର କାରଣ ପଚାରିବା ପରେ ସେ କହିଥିଲେ ଯେ, ଦୁହିଁଙ୍କ ମଧ୍ୟରେ କିଛି ଏପରି ହୋଇଛି, ଯେଉଁ କାରନ ପାଇଁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି । ସେ ଆହୁରି କହିଛନ୍ତି ଯେ, ସେମାନଙ୍କର ଏପର୍ଯ୍ୟନ୍ତ ଛାଡପତ୍ର ହୋଇନାହିଁ । ସେମାନେ ଏବେ ବି ବିବାହିତ ଅଛନ୍ତି ।