fbpx

କୋର୍ଟକୁ ଯିବା ସମୟରେ ଅର୍ଚ୍ଚନାଙ୍କ ବଡ଼ ବୟାନ: ଅକ୍ଷୟ ପରିଜାଙ୍କୁ ନେଇ କହିଲେ ଏପରି

ଭୁବନେଶ୍ୱର: ବ୍ଲାକମେଲର ଭାବେ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କୁ ଭୁବନେଶ୍ୱର କୋର୍ଟକୁ ଅଣାଯାଇଛି । ଝାରପଡ଼ା ଜେଲରୁ କଡା ସୁରକ୍ଷା ବ୍ୟବସ୍ଥାରେ ଅଣାଯାଇଥିବା ବେଳେ ଆଜି ଇଡି ରିମାଣ୍ଡ ଆବେଦନ କରିପାରେ ବୋଲି ସୂଚନା ମିଳିଛି । ଭୁବନେଶ୍ୱର କୋର୍ଟରେ ହାଜର ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି ଅର୍ଚ୍ଚନା । ଏହା ସହ ସେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପ୍ରଶ୍ନ ମଧ୍ୟ ପଚାରିଥିବା ଶୁଣିବାକୁ ମିଳିଛି ।

କୋର୍ଟକୁ ନିଆଯାଉଥିବା ବେଳେ ଅର୍ଚ୍ଚନା କହିଛନ୍ତି ଯେ, ‘କୁଆଡେ ଗଲେ ସୋ-କଲଡ ଭିକ୍ଟିମ ? ମୋତେ ଆର୍ବିଟାରିଲି ଆରେଷ୍ଟ କରାଗଲା । ମୋତେ ଗିରଫ କଲ ଓ ମୋ ପରିବାରକୁ ନଜରବନ୍ଦୀ ରଖାଗଲା । ଶ୍ରଦ୍ଧାଞ୍ଜଳୀ କୁଆଡେ ଗଲା, କାହିଁକ ଆପଣମାନଙ୍କୁ ସାମ୍ନା କରୁନି ।’

ଏହା ସହ ଅକ୍ଷୟ ପରିଜାଠାରୁ କିଛି ନେଇନି ବୋଲି ସଫା ସଫା ମନା କରିଛନ୍ତି ଅର୍ଚ୍ଚନା ନାଗ । କୋର୍ଟରେ ବାହାରୁଥିବା ବେଳେ ତାଙ୍କୁ ଅନେକ ପ୍ରଶ୍ନ ପଚାରାଯାଇଥିଲା । ଅକ୍ଷୟ ପରିଜାଙ୍କଠାରୁ କେତେ ଟଙ୍କା ନେଇଛ ବୋଲି ପଚାରିବାରୁ ସେ ମନା କରିବା ସହ ଏହି ମାମଲାର ସିବିଆଇ ତଦନ୍ତ ହେଉ ବୋଲି ଦାବି କରିଛନ୍ତି ।

ଏହା ସହ ଅର୍ଚ୍ଚନା ପୁଣି କହିଛନ୍ତି ଯେ, ‘ମୋ ପାଟି, ଆଖି, ମୁହଁ ବନ୍ଦ କରି କୋର୍ଟ ଫରୱାର୍ଡ କରାଗଲା । ମୁଁ ଚାହୁଁଛି ସବୁ ଜିନିଷର ତଦନ୍ତ ହେଉ । ଏହି ମାମଲାର ସିବିଆଇ ତଦନ୍ତ ହେଉ । ତଦନ୍ତ ହେଲେ ହିଁ ସବୁ ସତ ବାହାରକୁ ଆସିବ । ମୋତେ ଏହି ମାମଲାରେ ଫସାଇ ଦିଆଯାଇଛି । କିଏ ଫସାଇଛି ତାହାର ତଦନ୍ତ ଆପଣମାନେ କରନ୍ତୁ ।’

Get real time updates directly on you device, subscribe now.