fbpx

ଚାଷୀଙ୍କ ପାଇଁ ଖୁସିଖବର: eKYC କରିବା ପରେ ମିଳିବ ୬୦୦୦ ଟଙ୍କା

ନୂଆଦିଲ୍ଲୀ: ଚାଷୀଙ୍କ ପାଇଁ ଅନେକ ସରକାରୀ ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନା ମାଧ୍ୟମରେ ଚାଷୀମାନଙ୍କୁ ଅନେକ ଆର୍ଥିକ ଏବଂ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯାଉଛି । ଏଥିରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ରହିଛି, ଯାହା ମାଧ୍ୟମରେ ଚାଷୀଙ୍କ ଆକାଉଣ୍ଟକୁ ବାର୍ଷିକ ୬ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ଯଦି ବାର୍ଷିକ ହିସାବରେ ଚାଷୀମାନଙ୍କୁ ସରକାରଙ୍କ ଆର୍ଥିକ ସହାୟତାର ଆବଶ୍ୟକତା ଅଛି, ତେବେ କିଛି ସର୍ତ୍ତ ପାଳନ କରିବାକୁ ପଡିବ ।

eKYC ପ୍ରୋସେସ:-
ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨,୦୦୦ ଟଙ୍କା ମୂଲ୍ୟର ତିନିଟି କିସ୍ତିରେ ବାର୍ଷିକ ୬,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ । ତେବେ ଏହି ସହାୟତା ପାଇବାକୁ ଚାଷୀମାନଙ୍କୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ eKYC ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ପଡିବ । ଇକେୟାଇସି କରିବା ପରେ ହିଁ ଚାଷୀଙ୍କ ଆକାଉଣ୍ଟରେ ଆର୍ଥିକ ସହାୟତା ପରିମାଣ ପ୍ରଦାନ କରାଯିବ ।

ତେବେ ପିଏମ କିଷାନ ପୋର୍ଟଲରେ କୁହାଯାଇଛି ଯେ, ଆଧାର ଅଧାରିତ ଓଟିପି ପ୍ରାମାଣିକରଣ ପାଇଁ ଚାଷୀମାନଙ୍କୁ Kisan Cornerରେ e-KYC ବିକଳ୍ପ ଉପରେ କ୍ଲିକ୍ କରିବାକୁ ପଡିବ । ବାୟୋମେଟ୍ରିକ ପ୍ରାମାଣିକରଣ ପାଇଁ ନିକଟତମ ସିଏସସି ସେଣ୍ଟର ଯିବାକୁ ପଡିବ । ଏହି କାମ ଘରେ ବସି ମୋବାଇଲ୍, କମ୍ପ୍ୟୁଟର କିମ୍ବା ଲାପଟପ୍ ରୁ ଆପଣ କରିପାରିବେ ।

– ଆଧାର ଆଧାରିତ OTP ପ୍ରାମାଣିକରଣ ପାଇଁ Kisan Cornerରେ ଥିବା ‘e-KYC’ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।
– ବାୟୋମେଟ୍ରିକ୍ ପ୍ରାମାଣିକରଣ ପାଇଁ ନିକଟତମ ସିଏସସି ସେଣ୍ଟ ସହ ଯୋଗାଯୋଗ କରନ୍ତୁ ।
– ଆପଣ ମୋବାଇଲ୍, ଲାପଟପ୍ କିମ୍ବା କମ୍ପ୍ୟୁଟର ସାହାଯ୍ୟରେ ଏହାକୁ ଘରେ ବସି କରିପାରିବେ ।
– ଏଥିପାଇଁ, ସର୍ବପ୍ରଥମେ ଆପଣ https://pmkisan.gov.in/ପୋର୍ଟାଲକୁ ଯାଆନ୍ତୁ ।
– ଡାହାଣ ପାର୍ଶ୍ୱରେ ଆପଣ ଏହିପରି ଟ୍ୟାବ୍ ମିଳିବ । ସବୁଠାରୁ ଉପରେ e-KYC ଲେଖାଥିବା ମିଳିବ, ଏହା ଉପରେ କ୍ଲିକ କରନ୍ତୁ ।

 

ଲିଷ୍ଟରେ ନିଜ ନାଁ ଦେଖିବାକୁ ଚାଁହୁଥିଲେ ଏପରି କରନ୍ତୁ ଚେକ୍…

– ନାଁ ଚେକ୍ କରିବାକୁ ଆପଣଙ୍କୁ ପ୍ରଥମେ ପିଏମ କିଷାନ ଯୋଜନାର ୱେବସାଇଟ https://pmkisan.gov.inକୁ ଯିବାକୁ ପଡିବ ।

– ଏବେ ଏହାର ହୋମପେଜରେ ଆପଣଙ୍କୁ Farmers Cornerର ଅପସନ୍ ମିଳିବ ।

– Farmers Cornerର ସେକ୍ସନର ଭିତରେ Beneficiaries Listର ଅପସନ୍ ଉପରେ କ୍ଲିକ କରନ୍ତୁ ।

– ଏବେ ଆପଣ ଲିଷ୍ଟରେ ରାଜ୍ୟ, ଜିଲ୍ଲା, ବ୍ଲକ ଓ ଗାଁକୁ ସିଲେକ୍ଟ କରନ୍ତୁ ।

– ପରେ ଆପଣ Get Report ଉପରେ କ୍ଲିକ କରନ୍ତୁ ।

– ଏହା ପରେ ଆବେଦନ କରିଥିବା କୃଷକଙ୍କ ଲିଷ୍ଟ ସାମ୍ନାକୁ ଆସିବ, ଯେଉଁଥିରେ ଆପଣ ନିଜ ନାଁ ଚେକ୍ କରିପାରିବେ ।

Get real time updates directly on you device, subscribe now.