fbpx

Aliens ପଠାଉଛନ୍ତି କି ସିଗନାଲ? ପୃଥିବୀକୁ ଆସିଲା Deep Spaceର ରେଡିଓ ସିଗନାଲ

ନୂଆଦିଲ୍ଲୀ: ଅନ୍ତରୀକ୍ଷରେ ୮ ଆରବ ବର୍ଷର ଯାତ୍ରା କରିବା ପରେ ରେଡିଓ ତରଙ୍ଗର ଏକ ସମୂହ ଏବେ ଭାରତରେ ପହଞ୍ଚିଛି । ଏହି ରହସ୍ୟମୟ ଏବଂ ଶକ୍ତିଶାଳୀ ସିଗନାଲ ବର୍ତ୍ତମାନ ପର୍ଯ୍ୟନ୍ତ ଦେଖା ଯାଇଥିବା ସବୁଠାରୁ ସୁଦୂର ଏବଂ ଶକ୍ତିଶାଳୀ ରେଡିଓ ସିଗନାଲମଧ୍ୟରୁ ଗୋଟିଏ । ଏଭଳି ସିଗନାଲକୁ ‘ଫାଷ୍ଟ ରେଡିଓ ବର୍ଷ୍ଟ’ ବା FRBs କୁହାଯାଏ । ଏହି ରେଡିଓ ତରଙ୍ଗର ଖୁବ ଉଜ୍ଜ୍ୱଳ ଚମକ କେବଳ କିଛି ମିଲିସେକେଣ୍ଡ ପର୍ଯ୍ୟନ୍ତ ଚାଲିଥାଏ, ଏହାକୁ ହିଁ FRBs କୁହାଯାଏ । କିନ୍ତୁ କେଉଁଠୁ ଆସେ ଏହି ସଂକେତ? ଏହି ପ୍ରଶ୍ନ ବୈଜ୍ଞାନିକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

ଫାଷ୍ଟ ରେଡିଓ ବର୍ଷ୍ଟ ଆଖି ପିଚୁଳାକେ ଗାଏବ ହୋଇଯାଏ ସତ, କିନ୍ତୁ ଏହା ସମ୍ପୂର୍ଣ୍ଣ ଆକାଶଗଙ୍ଗାରୁ ଅଧିକ ଉଜ୍ଜ୍ୱଳ ହୋଇପାରେ । ଗତ କିଛି ବର୍ଷରେ ଶହ ଶହ FRBs ଦେଖାଯାଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହାର ଉତ୍ସକୁ ଜାଣିବାରେ ଅସଫଳ ରହିଛି ବିଜ୍ଞାନ । FRB 20220610A କୁ ପ୍ରଥମ ଥର ୨୦୨୨ ମସିହା ଜୁନ୍ ୧୦ ତାରିଖରେ ଦେଖିବାକୁ ମିଳିଥିଲା । ନୂଆ FRB 20220610A  ଖୁବ ଅଜବ, କାରଣ ଏହା ବ୍ରହ୍ମାଣ୍ଡ ମଝିରେ ଫାଟିଥାଏ । ଫଳରେ ଏହା ବର୍ତ୍ତମାନ ସୁଦ୍ଧା ସବୁଠାରୁ ସୁଦୂର ଏବଂ ସବୁଠାରୁ ଶକ୍ତିଶାଳୀ ରେଡିଓ ତରଙ୍ଗ ଭାବରେ ଉଦାହରଣ ପାଲଟିଛି । ମାତ୍ର କେଇଟା ମୁହୂର୍ତ୍ତରେ ଏହାର ଉଜ୍ଜ୍ୱଳ ଆଲୋକ ଯେତିକି ଆଲୋକିତ କରିଥିଲା, ସୂର୍ଯ୍ୟ ଏହା ପ୍ରାୟ ୩୦ ବର୍ଷରେ କରିଥାଏ ।

ତେବେ ବୈଜ୍ଞାନିକ ଯେବେ ହବଲ ସ୍ପେସ ଟେଲିସ୍କୋପ୍ ଜରିଆରେ FRB 20220610A କୁ ଦେଖିଥିଲେ, ସେମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ମାତ୍ର ୫ ବିଲିୟନ୍ ବର୍ଷ ପୁରୁଣା ସମୟର ବ୍ରହ୍ମାଣ୍ଡରେ ଉପସ୍ଥିତ ଥିବା ଏକ ଆକାଶଗଙ୍ଗାର ଏକ ସମୁହରୁ ଏହି FRB 20220610A  ବାହାରିଥିଲା । ନିକଟରେ ଅଧିକାଂଶ FRB ଏକାନ୍ତ ଆକାଶଗଙ୍ଗାରୁ ବାହାରିଥିବା ଦେଖାଯାଇଛି । ଏହି FRB ସାହାଯ୍ୟରେ ବ୍ରହ୍ମାଣ୍ଡକୁ ଭଲ ଭାବରେ ବୁଝି ହେବ ବୋଲି ଆଶାପ୍ରକଟ କରିଛନ୍ତି ବୈଜ୍ଞାନିକ । କିଛି FRB  ଚୁମ୍ବକୀୟ ସହିତ ଜଡିତ ହୋଇପାରେ ବୋଲି ମଧ୍ୟ ଅନୁସନ୍ଧାନକାରୀ ବିଶ୍ୱାସ ରଖିଛନ୍ତି ।

Get real time updates directly on you device, subscribe now.