ସାଧାରଣତଃ ଫିଟ୍ ରହିବାକୁ ଲୋକେ ବିଭିନ୍ନ ପ୍ରକାର ଫ୍ରୁଟ୍ ଜୁସ୍ ପିଇଥାନ୍ତି । ମାତ୍ର ମାତ୍ରାଧିକ ଜୁସ୍ ପିଇବା ପ୍ରାଣଘାତକ ସାଜିପାରେ । ଯାହା ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦିଅନ୍ତି । ଜାଣନ୍ତୁ ଜୁସ୍ ପିଇଲେ କେଉଁ ସବୁ ସମସ୍ୟା ଦେଖାଦିଏ…
ଜୁସ୍ ରୋଗ ପ୍ରତିରୋଧକ ଶକ୍ତିକୁ ପ୍ରଭାବିତ କରେ। ଯେତେବେଳେ ଶରୀରକୁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ମିଳେ ନାହିଁ, ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଏ। ଏହା ବାରମ୍ବାର ଅସୁସ୍ଥ ହେବାର ଆଶଙ୍କା ବଢ଼ାଇଥାଏ। ଶରୀରରେ ଇଲେକ୍ଟ୍ରୋଲାଇଟ୍ସ (ସୋଡିୟମ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଇତ୍ୟାଦି)ର ସନ୍ତୁଳନ ଆବଶ୍ୟକ। ଜୁସ୍ ଏହି ସନ୍ତୁଳନକୁ ବିଚଳିତ କରିପାରେ, ଯାହା ହୃଦସ୍ପନ୍ଦନ, ରକ୍ତଚାପ ଏବଂ ସ୍ନାୟୁ କାର୍ଯ୍ୟକୁ ପ୍ରଭାବିତ କରେ।
ଦୀର୍ଘଦିନ ଧରି ଜୁସ୍ ପିଉଥିଲେ ଏହା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ସାବ୍ୟସ୍ତ ହୋଇଥାଏ । ରକ୍ତଚାପ ବିପଜ୍ଜନକ ସ୍ତରକୁ ଖସିପାରେ। ଡାଇବେଟିସ୍ ରୋଗୀଙ୍କ ପାଇଁ ବ୍ଲଡ୍ ସୁଗାର ଲେବଲ ଅସ୍ଥିର ହୋଇପାରେ।
ହର୍ମୋନ ଅସନ୍ତୁଳନ:
କିଶୋର କିମ୍ବା ଯୁବକମାନଙ୍କ ମଧ୍ୟରେ, ଏହି ଖାଦ୍ୟ ହରମୋନ ସନ୍ତୁଳନକୁ ବିଚଳିତ କରିପାରେ, ଯାହା ଶାରୀରିକ ବିକାଶ ଉପରେ ଖରାପ ପ୍ରଭାବ ପକାଇଥାଏ।
ପାଚନ ପ୍ରଣାଳୀ ଉପରେ ପ୍ରଭାବ:
କଠିନ ଖାଦ୍ୟରୁ ମିଳୁଥିବା ଫାଇବର ହଜମରେ ସାହାଯ୍ୟ କରେ। ଏହାର ଅଭାବ କୋଷ୍ଠକାଠିନ୍ୟ, ବଦହଜମୀ ଭଳି ସମସ୍ୟା ସୃଷ୍ଟି କରିପାରେ।
ମାନସିକ ଥକାପଣ ଏବଂ ଚିଡ଼ିଚିଡ଼ା:
ଶରୀରରେ ଗ୍ଲୁକୋଜ୍ ଏବଂ ପୁଷ୍ଟିସାର ଅଭାବ ମସ୍ତିଷ୍କ କାର୍ଯ୍ୟକୁ ପ୍ରଭାବିତ କରେ, ଯାହା ଏକାଗ୍ରତାର ଅଭାବ, ମନୋଭାବ ପରିବର୍ତ୍ତନ ଏବଂ ଚିଡ଼ିଚିଡ଼ା ହେବାର କାରଣ ହୋଇପାରେ।
ଏ ବିଷୟରେ ଡାକ୍ତର କୁହନ୍ତି ଯେ, ଜୁସ୍ ସମସ୍ତଙ୍କ ପାଇଁ ନୁହେଁ। କେବଳ ଡାକ୍ତରଙ୍କ ପରାମର୍ଶରେ ଗ୍ରହଣ କରନ୍ତୁ। ସାଧାରଣତଃ ଏପରି ଖାଦ୍ୟ ଅସ୍ତ୍ରୋପଚାର ପରେ ଗ୍ରହଣ କରାଯାଏ। ଯଦି ପେଟ ସମ୍ବନ୍ଧୀୟ କୌଣସି ସମସ୍ୟା ଥାଏ ତେବେ ଡାକ୍ତରମାନେ ଏହି ଜୁସ୍ ଗ୍ରହଣ କରିବାକୁ ପରାମର୍ଶ ଦିଅନ୍ତି।