fbpx

ଆପଣ ନକଲି ଫୋନ୍ ଚାର୍ଜର ବ୍ୟବହାର କରୁନାହାଁନ୍ତି ତ ? ଫୋନ୍ ହୋଇପାରେ ଖରାପ, ଏମିତି ଚିହ୍ନନ୍ତୁ ଅସଲି ଚାର୍ଜର

ଓଡ଼ିଶା ଭାସ୍କର: ଆଜିକାଲି ଅଧିକାଂଶ ବ୍ୟକ୍ତି ସ୍ମାର୍ଟ ଫୋନ୍ ବ୍ୟବହାର କରୁଛନ୍ତି । ସବୁବେଳେ ବ୍ୟବହାର କରିବା ଦ୍ୱାରା ଏହା ଡିିସଚାର୍ଜ ହୋଇଥାଏ । କିଛି ବ୍ୟକ୍ତି ନିର୍ଦ୍ଦିଷ୍ଟ ଫୋନ୍ କମ୍ପାନୀ ଦ୍ୱାରା ଦିଆଯାଇଥିବା ଚାର୍ଜର ବ୍ୟବହାର କରୁଥିବା ବେଳେ ଆଉ କିଛି ଅନ୍ୟ ବ୍ରାଣ୍ଡର ଚାର୍ଜର ବ୍ୟବହାର କରିଥାନ୍ତି । ଫୋନର ବ୍ୟାଟେରୀ ଲାଇଫକୁ ଦୀର୍ଘାୟୁ କରିବା ପାଇଁ ସବୁବେଳେ କମ୍ପାନୀ ଦ୍ୱାରା ଦିଆଯାଇଥିବା ଚାର୍ଜର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥାଏ । କିନ୍ତୁ ମାର୍କେଟରେ ଦୋକାନୀମାନେ ଅସଲି ପରିବର୍ତ୍ତେ ନକଲି ଚାର୍ଜର ପ୍ୟାକ୍ କରିଦେଉଛନ୍ତି । ଏହା ଭବିଷ୍ୟତରେ ଗ୍ରାହକଙ୍କ ପାଇଁ ସମସ୍ୟା ପାଲଟିଥାଏ । ବତ୍ତର୍ମାନ ପ୍ରଶ୍ନ ଉଠୁଛି କି ଅସଲି ଚାର୍ଜର କିପରି ଚିହ୍ନିବେ ?

ଏଭଳି ଏକ ଆପ୍ ରହିଛି ଯାହା ଦ୍ୱାରା ଆପଣ ଅସଲି ଓ ନକଲି ଚାର୍ଜର ବିଷୟରେ ସହଜରେ ଜାଣିପାରିବେ । ଏହି ଆପ୍ ହେଉଛି UMANG ଆପ୍ ।

୧. ପ୍ରଥମେ ସ୍ମାର୍ଟଫୋନରେ UMANG ଆପ୍ ଡାଉନଲୋଡ୍ କରନ୍ତୁ । ନୂଆ ୟୁଜର ଥିଲେ ପ୍ରଥମେ ନିଜ ପ୍ରୋଫାଇଲ ତିଆରି କରନ୍ତୁ ।

୨. ହୋମ୍ ସ୍କ୍ରିନରେ BIS Care ସର୍ଚ୍ଚ କରନ୍ତୁ ।

୩. ଏକ ନୂତନ ପେଜ୍ ଖୋଲିବ । ଭେରିଫାଇ R-no under CRS ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।

୪. ଏଥିରେ ଚାର୍ଜରର R-no ଟାଇପ୍ କରନ୍ତୁ । ଏହା ଏଡାପ୍ଟରରେ ଲେଖା ହୋଇଥିବ ।

୫. ଏହା ପରେ ନୂତନ ସ୍କ୍ରିନ୍ ଖୋଲିବ ଯେଉଁଠି ଆପଣଙ୍କୁ ଚାର୍ଜରର ଡିଟେଲ୍‌ସ ମିଳିଯିବ । ଏହା ବ୍ୟତୀତ କମ୍ପାନୀର ଫୋନ୍ ପ୍ୟାକେଟରେ ଦିଆଯାଇଥିବା ବାରକୋଡକୁ ସ୍କାନ୍ କରି ମଧ୍ୟ ଚାର୍ଜର ଅସଲି କି ନକଲି ଯାଞ୍ଚ୍ କରିପାରିବେ ।

Get real time updates directly on you device, subscribe now.