(Video) କାହାଣୀରେ ଆସିଲା ଟ୍ୱିଷ୍ଟ, ଯେତେବେଳେ ମୁମ୍ବାଇ କନ୍‌ସର୍ଟରେ ପାକିସ୍ତାନୀ ଗୀତ ଗାଇଲେ ଅରିଜିତ୍ ସିଂହ

ଯଦି ଆପଣଙ୍କୁ ସଙ୍ଗୀତ ଶୁଣିବାକୁ ଭଲ ଲାଗେ, ତେବେ ଏବର୍ଷ ଲୋକପ୍ରିୟ ହୋଇଥିବା ପାକିସ୍ତାନୀ କୋକ ଷ୍ଟୁଡିଓର ପସୁରୀ ଗୀତ ଅନେକ ଥର ଶୁଣିଥିବେ । ଫେବ୍ରୁଆରୀରେ ରିଲିଜ ହୋଇଥିବା ଏହି ଗୀତ ଲୋକଙ୍କୁ ପାଗଳ କରିଦେଇଛି ଓ ଅନେକ ୟୁଜର୍ସମାନେ ଏଥିରେ ଭିଡିଓ ମଧ୍ୟ କରିଛନ୍ତି । ଏହାରି ମଧ୍ୟରେ ଯଦି ଜଣେ ଭାରତୀୟ ସିଙ୍ଗର ମୁମ୍ବାଇର ଏକ ମଞ୍ଚରେ ଏହି ପାକିସ୍ତାନୀ ଗୀତକୁ ଗାଆନ୍ତି, ତେବେ ଏହି ଗୀତର ଲୋପ୍ରିୟତା କେତେ ରହିଛି, ଆପଣ କଳ୍ପନା କରିପାରିବେ ।

ନିଜର ମଧୁର ସ୍ୱରରେ ସମସ୍ତଙ୍କୁ ମଦହୋସ୍ କରିଥିବା ସଙ୍ଗୀତର ବାଦଶାହା ଅରିଜିତ୍ ସିଂହ ନିକଟରେ ମୁମ୍ବାଇର ଏକ ସଙ୍ଗୀତ କାର୍ଯ୍ୟକ୍ରମସ୍ପେସୁରୀ ଗୀତ ପାଇ ସମସ୍ତଙ୍କୁ ପାଗଳ କରିଦେଲେ । ଏହି କ୍ଲିପକୁ ଇନଷ୍ଟାଗ୍ରାମରେ ‘ଆୟୁଷମାନ ସିହ୍ନା’ ନାମକଆଇଡିରୁ ସେୟାର କରାଯାଇଛି । ଏହି ଇନଷ୍ଟା ରିଲକୁ ୫ ଲକ୍ଷରୁ ଅଧିକ ଥର ଦେଖାସରିଛି । ୨୨ ହଜାରରୁ ଅଧିକ ଲୋକ ଲାଇକ୍ କରିଥିବା ବେଳେ ଲୋକମାନେ ଗୀତକୁ ଶୁଣି ଝୁମିବାରେ ଲାଗିଛନ୍ତି ।

 

View this post on Instagram

 

A post shared by Aayushman Sinha (@aayushmansinha)

Get real time updates directly on you device, subscribe now.