fbpx

ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଦେଶ ଛାଡ଼ିବା ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଲେ ସେନା ମୁଖ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଦେଶ ଛାଡ଼ିବା ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଲେ ସେନା ମୁଖ୍ୟ । ବାଂଲାଦେଶରେ ଅନ୍ତରୀଣ ସରକାର ଗଠନ କରାଯିବ ବୋଲି ସେନା ମୁଖ୍ୟ ଜେନେରାଲ ୱାକର କହିଛନ୍ତି । ବାଂଲାଦେଶରେ ଶେଖ୍ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଭାରତର ଅଗରତାଲା ସହର ଅଭିମୁଖେ ଯାତ୍ରା କରିଛନ୍ତି । ବାଂଲାଦେଶରେ ଗତ ମାସରୁ ଶେଖ୍ ହସିନାଙ୍କ ବିରୋଧରେ ଛାତ୍ରମାନେ ଆନ୍ଦୋଳନ କରୁଛନ୍ତି । ଏହି ଆନ୍ଦୋଳନ ଅତ୍ୟନ୍ତ ହିଂସାତ୍ମକ ରୂପ ନେଇଥିଲା, ଯେଉଁଥିରେ ଏପର୍ଯ୍ୟନ୍ତ ପ୍ରାୟ ୩୦୦ ଲୋକ ପ୍ରାଣ ହରାଇଛନ୍ତି । ହସିନା ୨୦୦୯ରୁ ବାଂଲାଦେଶର ପ୍ରଧାନମନ୍ତ୍ରୀ ଥିଲେ ।

ବାଂଲାଦେଶରେ ସେନାମୁଖ୍ୟ ଦେଶବାସୀଙ୍କୁ ସମ୍ବୋଧିତ କରିବାର ଥିଲା, କିନ୍ତୁ ତାଙ୍କ ଅଭିଭାଷଣ ଏପର୍ଯ୍ୟନ୍ତ ହୋଇନାହିଁ । ବାଂଲାଦେଶରେ ହଜାର ହଜାର ଛାତ୍ରଛାତ୍ରୀ ଶେଖ ହସିନା ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ରବିବାର ହୋଇଥିବା ବିକ୍ଷୋଭ ରେ ଅତି କମରେ ୯୦ ଜଣଙ୍କ ମୃତ୍ୟୁ ଘଟିଥିଲା । ବାଂଲାଦେଶରେ କିଛି ବିକ୍ଷୋଭକାରୀ ଢାକାରେ ଥିବା ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ପ୍ରବେଶ କରିଥିବା ବେଳେ ହଜାର ହଜାର ଛାତ୍ରଛାତ୍ରୀ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପଥର ମାଡ଼ କରିଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.