fbpx
BJD SKY
BJD SKY

ବିବାହିତ ଗାର୍ଲଫ୍ରେଣ୍ଡଙ୍କୁ ଦେଖାକରିବାକୁ ପହଞ୍ଚିଲେ: ଧରାପଡ଼ିଗଲେ, ଆଉ ତା’ପରେ ହେଲା ଏମିତି…

BJD

ପାଟନା: ପୂର୍ବ ଚମ୍ପାରଣରେ ଲଭ୍ ସେକ୍ସ ଧୋକାର ଏକ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ଆର୍ମି ଯବାନ ବିବାହିତ ଗାର୍ଲଫ୍ରେଣ୍ଡଙ୍କୁ ଦେଖାକରିବାକୁ ପହଞ୍ଚିଥିଲେ । ଉଭୟ ଗୋଟିଏ ରୁମରେ ଥିଲେ । ଏହି ଘଟଣା ଗ୍ରାମବାସୀଙ୍କୁ ଜଣାପଡ଼ିବା ପରେ ସେମାନେ ଦୁହିଁଙ୍କୁ ଧରିଥିଲେ ଆଉ ପୁଣି ଆର୍ମି ଜବାନଙ୍କୁ ପିଟିଥିଲେ ଏବଂ ପରେ ଦୁର୍ହିଙ୍କର ଏକ ମନ୍ଦିରରେ ବିବାହ କରାଇଥିଲେ । କିନ୍ତୁ ବିବାହ ପରେ ପ୍ରେମୀ ଗ୍ରାମୀଣଙ୍କୁ ଚକମା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ମାମଲା ହରସିଦ୍ଧି ଥାନା କ୍ଷେତ୍ରର ମାନିକପୁର ସରେୟାର ତତବା ଟୋଲିର । ମାନିକପୁର ସରେୟା ତତୱା ଟୋଲୀର ରୀତା କୁମାରୀଙ୍କ ବିବାହ ୨ ବର୍ଷ ପୂର୍ବେ ବିବାହ ହୋଇଥିଲା । ବର୍ଷ ମଧ୍ୟରେ ହିଁ ତାଙ୍କର ନିଜ ପତିଙ୍କ ସହ ମତଭେଦ ଆରମ୍ଭ  ହୋଇଯାଇଥିଲା । ଯାହାପରେ ସେ ସ୍ୱାମୀଙ୍କୁ ଛାଡ଼ି ବାପ ଘରେ ରହୁଥିଲେ । ଉଭୟଙ୍କ ଏକ ବିବାହ କାର୍ଯ୍ୟକ୍ରମରେ ଭେଟ ହୋଇଥିଲା । ଯବାନଙ୍କ ନାମ ନାମ ବ୍ରଜେଶ । ଏହାପରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ବଢ଼ିଥିଲା ଏବଂ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା ।

Get real time updates directly on you device, subscribe now.