fbpx

୨୦୨୩ ଆର୍ଥିକ ବର୍ଷ ପାଇଁ ଆର୍ଥିକ ବିକାଶ ଅନୁମାନ କମାଇଲା World Bank: ଏହି କାରଣକୁ କଲା ଦାୟୀ…

ନୂଆଦିଲ୍ଲୀ: ବିଶ୍ୱ ବ୍ୟାଙ୍କ୍ ଆର୍ଥକ ବର୍ଷ ୨୦୨୩ ପାଇଁ ଭାରତର ବିକାଶକୁ ଅନୁମାନକୁ ୧ ପ୍ରତିଶତ କମାଇଛି । ବିଶ୍ୱ ବ୍ୟାଙ୍କ୍ ଗୁରୁବାର ୨୦୨୩ ଆର୍ଥିକ ବର୍ଷରେ ପାଇଁ ଭାରତୀୟ ଅର୍ଥବ୍ୟବସ୍ଥା ୬.୫ ପ୍ରତିଶତ ବୃଦ୍ଧି ଦର ଅନୁମାନ କରିଛି । ଯାହାକି ଜୁନ୍ ୨୦୨୨ ରେ ଏହାର ପୂର୍ବ ଅନୁମାନଠାରୁ ୧ ପ୍ରତିଶତ କମ୍ । ଭାରତର ଅର୍ଥନୀତି ବୃଦ୍ଧିରେ କାଟ୍ ପାଇଁ ବିଶ୍ୱ ବ୍ୟାଙ୍କ୍ ବିଗିଡ଼ୁଥିବା ଅନ୍ତରାଷ୍ଟ୍ରୀୟ ବାତାବରଣକୁ ଦାୟୀ କରିଛି ।

ଅନ୍ତରାଷ୍ଟ୍ରୀ ମୁଦ୍ରା କୋଷ ଏବଂ ବିଶ୍ୱ ବ୍ୟାଙ୍କର ବାର୍ଷିକ ବୈଠକ ପୂର୍ବରୁ ଲେଟେଷ୍ଟ ଦକ୍ଷିଣ ଏସିଆ ଇକୋନୋମିକ୍ ଫୋକସ୍ ଜାରିକରି କହିବା ସହ ବିଶ୍ୱ ବ୍ୟାଙ୍କ୍ କହିଛି ଯେ ଭାରତ ଦୁନିଆର ଅନ୍ୟ ଦେଶ ତୁଳନାରେ ମଜୁବତ ହେଉଛି । ଗତ ବର୍ଷ ଭାରତୀୟ ଅର୍ଥବ୍ୟବସ୍ଥା ୮.୭ ପ୍ରତିଶତ ବୃଦ୍ଧି ଦରରେ ବଢ଼ିଛି । ବିଶ୍ୱ ବ୍ୟାଙ୍କ୍ ମୁଖ୍ୟ ଅର୍ଥଶଶାସ୍ତ୍ରୀ ହାନ୍ସ ଟିମର କହିଛ୍ତି ଯେ ଭାରତ ଉପରେ କୌଣସି ବଡ଼ ବିଦେଶୀ କରଜ ନାହିଁ । ଏହି ଦୃଷ୍ଟିରୁ କୌଣସି ସମସ୍ୟା ନାହିଁ ।

ଏହା ପୂର୍ବରୁ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ADB) ଦରବୃଦ୍ଧିର ବଢ଼ୁଥିବା ଚାପ ଏବଂ ଶକ୍ତ ମୌଦ୍ରିକ ନୀତିକୁ ଦେଖି ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ଭାରତୀୟ ଅର୍ଥବ୍ୟବସ୍ଥାର ବକାଶ ଦର ଅନୁମାନ ଘଟାଇ ୭ ପ୍ରତିଶତ କରିଥିଲେ । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତୀୟ ଅର୍ଥବ୍ୟବସ୍ଥା ୧୩.୫ ପ୍ରତିଶତ ଦରରେ ଆଗକୁ ବଢ଼ିଥିଲା । ସେହିଭଳି ଆଇସିଆରଏ ଚଳିତ ଆର୍ଥିକ ବର୍ଷ ପାଇଁ ଆର୍ଥିକ ବୃଦ୍ଧି ଦରର ଅନୁମାନକୁ ୭.୨ ପ୍ରତିଶତରେ ବଜାୟ ରଖିଛନ୍ତି ।

Get real time updates directly on you device, subscribe now.