fbpx

ଇତିହାସ ରଚିଲେ ଅବିନାଶ: ନେସନାଲ ରେକର୍ଡ ସହ ସିଲଭର ମେଡାଲ ହାତେଇଲେ ‘ଆର୍ମି ମ୍ୟାନ’

ନୂଆଦିଲ୍ଲୀ: କମନୱେଲଥ ଗେମ୍ସ-୨୦୨୨ରେ ଭାରତକୁ ଆଉ ଏକ ରୌପ୍ୟ ପଦକ ଉପହାର ଦେଇଛନ୍ତି ଭାରତର ଷ୍ଟାର ଆଥଲେଟ ଅବିନାଶ ସାବଲେ । ୩୦୦୦ ମିଟର ଷ୍ଟିପଲ ରନିଙ୍ଗ ଇଭେଣ୍ଟରେ ଭାରତକୁ ଏହି ପଦକ ଜିତାଇଛନ୍ତି ‘ଆର୍ମି ମ୍ୟାନ୍’ ଅବିନାଶ । ଏହି ପ୍ରତିଯୋଗିତାରେ ୮:୧୧:୨୦ ସମୟରେ ସେ ଏହି ଦୂରତାକୁ ଅତିକ୍ରମ କରି ସିଲଭର ମେଡାଲ ନିଜ ନାମରେ କରିଛନ୍ତି । ଏହାସହିତ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବା ସହିତ ନେସନାଲ ରେକର୍ଡ ମଧ୍ୟ ନିଜ ସୃଷ୍ଟି କରିଛନ୍ତି ଅବିନାଶ । ଏହି ଇଭେଣ୍ଟରେ କମନୱେଲଥ ଗେମ୍ସର ରୌପ୍ୟ ପଦକ ହାସଲ କରିଥିବା ସେ ପ୍ରଥମ ଆଥଲେଟ ପାଲଟିଛନ୍ତି ।

ତେବେ ଏହି ଇଭେଣ୍ଟରେ କେନିଆର ୨୬ ବର୍ଷୀୟ ଆବ୍ରାହମ କିଭିବୋତ ସ୍ୱର୍ଣ୍ଣ ପଦକ ଉପରେ କବଜା କରିଛନ୍ତି । ମାତ୍ର ୮:୧୧:୧୫ ମିନିଟ ସମୟ ନେଇ କେନିଆର ଆଥଲେଟ ଏହି ପଦକ ହାସଲ କରିଥିବା ବେଳେ ସାଥୀ ଖେଳାଳି ଆସୋମ ସେରେମ(୮:୧୬:୮୩)ରେ ବ୍ରୋଞ୍ଜ ପଦକ ଅକ୍ତିଆର କରିଛନ୍ତି । ବର୍ମିଂହାମରେ ଚାଲୁ ରହିଥିବା ଏହି ଟୁର୍ଣ୍ଣାମେଣ୍ଟରେ ଟ୍ରାକ ଆଣ୍ଡ ଫିଲ୍ଡର ଏହା ଭାରତ ପାଇଁ ଚତୁର୍ଥ ପଦକ ।

Commonwealth Games: Avinash Sable wins silver to secure India's first-ever  CWG medal in men's steeple chase - Sports News

ଏହା ପୂର୍ବରୁ ପ୍ରିୟଙ୍କା ଗୋସ୍ୱାମୀ ୧୦ହଜାର ମିଟର ରେସ ୱାକରେ ରୌପ୍ୟ ପଦକ ବିଜୟୀ ହୋଇଥିବା ବେଳେ ଲଙ୍ଗ ଜମ୍ପରେ ମୂରଲୀ ଶ୍ରୀଶଙ୍କର ମଧ୍ୟ ରୌପ୍ୟ ପଦକ ଜିତିଛନ୍ତି । ତାଙ୍କ ବ୍ୟତୀତ ହାଇ ଜମ୍ପରେ ଭାରତକୁ ବ୍ରୋଞ୍ଜ ପଦକ ଉପହାର ଦେଇଛନ୍ତି ଆଥଲେଟ ତେଜସ୍ୱିନୀ ଶଙ୍କର ।

ପ୍ରକାଶ ଥାଉ ଯେ, ଅବିନାଶଙ୍କୁ ଦେଶରେ ‘ଆର୍ମି ମ୍ୟାନ’ ନାମରେ ମଧ୍ୟ ଜଣାଯାଏ । ଭାରତୀୟ ସେନାର ୫ ମେହର ରେଜିମେଣ୍ଟରେ ସେ ନିଜ କାର୍ଯ୍ୟଦକ୍ଷତା ପ୍ରତିପାଦନ କରି ସାରିଛନ୍ତି । ସିୟାଚିନ ଏବଂ ସିକିମ ସମେତ ରାଜସ୍ଥାନରେ ମଧ୍ୟ ସେ ଭାରତୀୟ ସେନା ପାଇଁ ନିୟୋଜିତ ହୋଇଛନ୍ତି ।

Get real time updates directly on you device, subscribe now.