fbpx

“ଅଗ୍ନିପଥ’କୁ ନେଇ ବଡ଼ ଅପଡେଟ୍ ଦେଲା ସେନା, ଆଗାମୀ ଶୁକ୍ରବାରଠୁ ଆରମ୍ଭ ହେବ ନିଯୁକ୍ତି ପ୍ରକ୍ରିୟା

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): “ଅଗ୍ନିପଥ’ଯୋଜନାକୁ ନେଇ ବିବାଦ ଲାଗି ରହିଥିବା ବେଳେ ସେନା ମୁଖ୍ୟ ଜେନରାଲ ମନୋଜ ପାଣ୍ଡେ ଶୁକ୍ରବାର କହିଛନ୍ତି ଯେ, ଖୁବଶିଘ୍ର ଏହା ମାଧ୍ୟମରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯିବ । ସେ କହିଛନ୍ତି ଯେ, ୨୦୨୨ରେ ଅଗ୍ନିପଥ ଯୋଜନାରେ ନିଯୁକ୍ତି ପାଇଁ ବୟସ ସୀମା ୨୧ରୁ ବଢି ୨୩ ବର୍ଷ ବୃଦ୍ଦି କରିବା ନିଷ୍ପତ୍ତି ଯୁବକମାନଙ୍କୁ ଏକ ଉନ୍ନତ ସୁଯୋଗ ପ୍ରଦାନ କରିଛି ।

ଯେଉଁମାନେ ସେନାରେ ସାମିଲ ହେବା ପାଇଁ ପୁର୍ବରୁ ପ୍ରସ୍ତୁତି କରୁଥିଲେ ଏହା ତାଙ୍କୁ ଏକ ସୁନ୍ଦର ସୁଯୋଗ ପ୍ରଦାନ କରିବ । ଏହି ଅବସରରେ ଏୟାର ମାର୍ଶଲା ବିଆର ଚୌଧୂରୀ ଆଗାମୀ ଶୁକ୍ରବାର ଅର୍ଥାତ୍ ୨୪ ତାରିଖରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ।

ଜେନେରାଲ ପାଣ୍ଡେ କହିଛନ୍ତି ଯେ, ନିଯୁକ୍ତି ପ୍ରକ୍ରୀୟା ଖୁବଶିଘ୍ର ଆରମ୍ଭ ହେବ । ଆଗାମୀ ୨ଦିନ ମଧ୍ୟରେ http://joinindianarmy.nic.in https ରେ ଏ ସମ୍ବନ୍ଧିୟ ବିଜ୍ଞପ୍ତି ପ୍ରକାଶ ପାଇବ । ଏହାପରେ ସେନାରେ ନିଯୁକ୍ତି ପ୍ରକ୍ରିିୟାର ବିସ୍ତୁତ ସୂଚନା ଦିଆଯିବ । ସେ କହିଛନ୍ତି ଯେ, ସେନାରେ ଭର୍ତ୍ତି ପାଇଁ ବୟସରେ ରିହାତ ପ୍ରଦାନ କରିବାକୁ ସରକାରଙ୍କୁ ଅନୁମତି ମିଳିସାରିଛି । ତେଣୁ ଯୁବକମାନେ ସେନାରେ “ଅଗ୍ନିପଥ’ମାଧ୍ୟମରେ ସାମିଲ ହେବାକୁ ଆହ୍ୱାନ୍ ଦେଇଛନ୍ତି ।

ସେନାମୁଖ୍ୟ କହିଛନ୍ତି ଯେ, ନିଯୁକ୍ତି ପ୍ରକ୍ରିିୟାରେ ବୟସ ସୀମା ବୃଦ୍ଧି ଅନେକ ଯୁବକଙ୍କୁ ନୂଆ ସୁଯୋଗ ଦେବ । ଯେଉଁମାନେ କରୋନା ମହାମରୀ ମଧ୍ୟରେ ସେନାରେ ସାମିଲ ହେବା ପାଇଁ ରାଲିରେ ସାମିଲ ହେଉଥିଲେ । ଭର୍ତ୍ତି ପ୍ରକ୍ରିୟା ଖୁବ ଶିଘ୍ର ଘିଷଣା ହେବ । ଆମେ ଆମର ଯୁବକଙ୍କୁ ଭାରତୀୟ ସେନାରେ ଅଗ୍ନିଶମକ ଭାବରେ ସାମିଲ ହେବା ସମୟର ଲାଭ ଉଠାଇବାକୁ ଆହ୍ୱାନ ଦେଉଛୁ ।

Get real time updates directly on you device, subscribe now.