ସୀମାରେ ଚୀନକୁ ମିଳିବ ଜବାବ? ଜମ୍ମୁ-କଶ୍ମୀର ଏବଂ ଏଲଏସି ସ୍ଥିତି ଉପରେ ସମୀକ୍ଷା କରିବେ ସିଡିଏସ

ଭାରତୀୟ ସେନାବାହିନୀର ସେନାଧ୍ୟକ୍ଷ ସୋମବାର ଠାରୁ ଚାରି ଦିନ ପାଇଁ ଚୀନ୍ ସହିତ ସୀମା ବିବାଦ ଏବଂ ଜାମ୍ମୁ କାଶ୍ମୀର ତଥା ବର୍ତ୍ତମାନର ସମ୍ବେଦନଶୀଳ ଅଞ୍ଚଳରେ ଦେଶର ସୁରକ୍ଷା ସମ୍ପର୍କରେ ସମୀକ୍ଷା କରିବେ । ଚାରି ଦିନିଆ ସମୀକ୍ଷା ସମ୍ମିଳନୀ ସୋମବାର ଠାରୁ ଦିଲ୍ଲୀରେ ଆରମ୍ଭ ହେବ । ଗତ କିଛି ସପ୍ତାହ ମଧ୍ୟରେ ଜାମ୍ମୁ କାଶ୍ମୀରରେ ସାଧାରଣ ନାଗରିକ ହତ୍ୟା ଘଟଣା, କେନ୍ଦ୍ରଶାସିତ ଅଞ୍ଚଳର ସୁରକ୍ଷା ପରିସ୍ଥିତି ଉପରେ ମଧ୍ୟ ବିଚାର କରିବେ ।

ସୂଚନା ଅନୁଯାୟୀ, ସ୍ଥଳ ସେନା ମୁଖ୍ୟ ଏମ ଏମ ନରୱାଣେ ଏବଂ ସେନାଧ୍ୟକ୍ଷ ପୂର୍ବ ଲଦାଖରେ ଦେଶର ଆକ୍ରମଣ ପ୍ରସ୍ତୁତି ଉପରେ ସମୀକ୍ଷା କରିବେ ଯେଉଁଠାରେ ଭାରତୀୟ ତଥା ଚୀନ ସୈନିକଙ୍କ ମଧ୍ୟରେ ୧୭ ମାସରୁ ବିବାଦ ଲାଗିରହିଛି । ଅବଶ୍ୟ ଉଭୟ ପକ୍ଷ ବିବାଦ ପରେ ଅନେକ ସ୍ଥାନରୁ ସୈନ୍ୟ ପ୍ରତ୍ୟାହାର ମଧ୍ୟ କରିଛନ୍ତି । ସୈନ୍ୟ କମାଣ୍ଡର ଆଫଗାନିସ୍ତାନରେ ତାଲିବାନ ନିୟନ୍ତ୍ରଣରେ ଭାରତ ତଥା କ୍ଷେତ୍ରର ସୁରକ୍ଷା ଉପରେ ସମ୍ଭାବିତ ପ୍ରଭାବ ଉପରେ ମଧ୍ୟ ଚର୍ଚ୍ଚା କରିପାରନ୍ତି ।

ଏହି ସମ୍ମିଳନୀରେ ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ସାମିଲ ରହିବେ ଏବଂ ସେ ସେନାଧ୍ୟକ୍ଷଙ୍କ ସହ ଆଲୋଚନା କରିବେ । ସିଡିଏସ ଜେନେରାଲ ବିପିନ ରାୱତ, ନୌସେନା ମୁଖ୍ୟ ଆଡମିରଲ କରମବୀର ସିଂହ ଏବଂ ବାୟୁ ସେନା ପ୍ରମୁଖ ଏୟାର ଚିଫ୍ ମାର୍ଶଲ ବି.ଆର ଚୌଧୁରୀ ମଧ୍ୟ ତିନି ସେନାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ଊପରେ ମୁଖ୍ୟ ପଦାଧିକାରୀଙ୍କୁ ସମ୍ବୋଧିତ କରି ପାରନ୍ତି ।