fbpx
BJD SKY
BJD SKY

ଅବକାରୀ ଇନ୍ସପେକ୍ଟର ଗିରଫ; ୧୮ ହଜାର ଲାଞ୍ଚ ନେବା ସମୟରେ ଧରିଲା ଭିଜିଲାନ୍ସ

BJD

ପୁରୀ: ରାଜ୍ୟରେ ଦୁର୍ନିତୀର ମାତ୍ରା ବୃଦ୍ଧି ପାଇବାର ଲାଗିଛି । କିଛିଟା ଟାଙ୍କା ଲୋଭରେ ଅନେକ ସରକାରୀ ବାବୁ ଏହି ଦୁର୍ନିତିର ପଥକୁ ଆପଣାଇ ନେଉଛନ୍ତି । ଫଳରେ ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଭିଜିଲାନ୍ସ ଅଧୀକାରୀ କଡା ତଦନ୍ତ ଜାରୀ ରଖିଛନ୍ତି । ଯେଉଁ କାରଣରୁ ପ୍ରତ୍ୟେକ ଦିନ କେହି ନା କେହି ସରକାରୀ ବାବୁ ଏହା ଜାଲରେ ଛନ୍ଦି ହୋଇ ଯାଉଛନ୍ତି । ତେବେ କିଏ ଆୟବହିର୍ଭୁତ ସମ୍ପତ୍ତି ପାଇଁ ଧରା ପଡୁଛି ତ ଆଉ କାହାକୁ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଗିରଫ କରୁଛି । ତେବେ ପୂର୍ବରୁ ଏପରି ଅନେକ ଘଟଣା ଘଟିଥିବା ବର୍ତ୍ତମାନ ପୁଣି ଜଣେ ସରକାରୀ ବାବୁଙ୍କୁ ଭିଜିଲାନ୍ସ ଗିରଫ କରିଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ ପୁରୀ ଜିଲ୍ଲାର ବହୁ ଚର୍ଚ୍ଚିତ ଅବକାରୀ ଇନ୍ସପେକ୍ଟର ସଞ୍ଜୟକୁମାର ପଣ୍ଡାଙ୍କୁ ଭିଜିଲାନ୍ସ ଗିରଫ କରିଛି । ସେ ଏକ କେସ୍ ଡାଏରୀ ଦାଖଲ ପାଇଁ ୧୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ତେବେ ସଞ୍ଜୟ ପୁରୀ ଜିଲ୍ଲାର ବହୁ ଚର୍ଚ୍ଚିତ ଅବକାରୀ ଇନ୍ସପେକ୍ଟର ଥିଲେ । କାରଣ ମାଫିଆଙ୍କୁ ମାସିକିଆ ଟଙ୍କା ସଂଗ୍ରହ ହେଉଥିବା ସେ ଅଭିଯୋଗ ଆଣିଥିଲେ । ଏତତ୍ ବ୍ୟତୀତ ଅବକାରୀ କମିସନରଙ୍କୁ ମଧ୍ୟ ଏନେଇ ଚିଠି ଲେଖିଥିଲେ ସଞ୍ଜୟ । କିନ୍ତୁ ସେ ଆଜି ଏକ କେସ୍ ଡାଏରୀ ଦାଖଲ ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ।

Get real time updates directly on you device, subscribe now.