fbpx

ଖୁଚୁରା କଏନ ନନେଲେ ଜେଲ୍! ବ୍ୟାଙ୍କ, ଜନସାଧାରଣ, ବ୍ୟବସାୟୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ, ସ୍ପଷ୍ଟୀକରଣ ଦେଲା RBI

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣ ଭାବେ କଏନ୍ ବଜାରରେ ସନ୍ତୁଳନା ରକ୍ଷା କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ୧ ଟଙ୍କିଆ, ୨ ଟଙ୍କିଆ, ୫ ଟଙ୍କିଆ ଓ ୧୦ ଟଙ୍କିଆ କଏନ୍ ପ୍ରଚଳନ କରିଛନ୍ତି । ମାତ୍ର ଅନେକ ସମୟରେ ରାଜ୍ୟର କିଛି ଅଞ୍ଚଳର ଦୋକାନୀ, ବ୍ୟବସାୟୀ ଓ ଜନସାଧାରଣ ଏହାକୁ ନେବାକୁ କୁଣ୍ଠାବୋଧ କରିଥାନ୍ତି । ତେବେ ବର୍ତ୍ତମାନ ରାଜ୍ୟର ଅନେକ ସ୍ଥାନରେ କଏନ ଚଳୁ ନଥିବା ଖବର ନେଇ ବିଭିନ୍ନ ମହଲରୁ ତୀବ୍ର ପ୍ରକିକ୍ରିୟା ପ୍ରକାଶ ପାଇଛି । କଏନ ଗ୍ରହଣ ଗ୍ରହଣ କରୁନଥିବା ବ୍ୟକ୍ତି ଆଇନ ଅନୁସାରେ ଦଣ୍ଡିତ ହେବେ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର (ଆରବିଆଇ)ର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଯାଇଛି ।

ତେବେ କଏନ ନନେେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆରବିଆଇ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯିବା ପରେ ଏହାକୁ ଅନେକ ସମର୍ଥନ କରିଛନ୍ତି । କଏନ ମାମଲାରେ ଜଣେ ବ୍ୟକ୍ତିଙ୍କୁ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ଜରିମାନା ନେଇ ବ୍ୟବସ୍ଥା ରହିଛି ବୋଲି କିଛି ବରିଷ୍ଠ ଆଇନଜୀବୀ ମତ ଦେଇଛନ୍ତି । ଏପରିକି କଏନ ନେବାକୁ ମନା କରୁଥିବା ସଂସ୍ଥାଙ୍କ ବିରୋଧରେ ମଧ୍ୟ ମାସ ଜେଲ ଦଣ୍ଡ ଲାଗୁ ନେଇ ଆଇପିସିର ଧାରା ୧୮୮ରେ ନିୟମ ରହିଥିବା କୁହାଯାଇଛି ।

ଆରବିଆଇ ଯେଉଁ ନିୟମ ପ୍ରଣୟନ କରେ ତାହାକୁ ଦେଶର ସମସ୍ତ ବ୍ୟାଙ୍କଗୁଡ଼ିକ ପାଳନ କରିବା ଜରୁରୀ । ଯେଉଁ ବ୍ୟାଙ୍କ ଖୁଚୁରା ଟଙ୍କା ଗ୍ରହଣ କରିବାକୁ ମନା କରିବ ତା’ ବିରୋଧରେ ଜନସାଧାରଣ ଥାନାରେ ଅଭିଯୋଗ ଦାଖଲ କରିପାରିବେ । ଇଣ୍ଡିଆନ କରେନ୍ସି ଆକ୍ଟ ଓ ଭାରତୀୟ ପିଙ୍ଗଳା ଧାରାରେ ବ୍ୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । ଏଭଳି ସ୍ଥିତିରେ ବ୍ୟବସାୟୀଙ୍କ ବିରୋଧରେ ମଧ୍ୟ ଥାନାରେ ଅଭିଯୋଗ ଦାଖଲ କରିହେବ ।

ସୂଚନାଯୋଗ୍ୟ ଯେ, ନିକଟରେ ରାଜଧାନୀ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ବାଲେଶ୍ୱର ସହିତ କିଛି ଉପକୂଳବର୍ତ୍ତୀ ଜିଲ୍ଲାରେ କଏନ ନ ଚଳିବାକୁ ନେଇ ଉଦବେଗ ପ୍ରକାଶ ପାଇଥିଲା । ବ୍ୟବସାୟୀମାନେ ଖୁଚୁରା ଟଙ୍କା ନେଉନଥିବାରୁ ଜନସାଧାରଣଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା । ଏପରିକି ବାଲେଶ୍ୱରରେ ବାପା-ଝିଅଙ୍କୁ ଗୋଟିଏ ବ୍ୟାଙ୍କ ଏହି ମାମଲାରେ ଫେରାର ଦେବା ଘଟଣାକୁ ନେଇ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଥିଲା । ତେଣୁ ନିୟମ ଉଲ୍ଲଂଘନକାରୀ, ଗୁଜବକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ସଂଘ ଓ ଜନସାଧାରଣଙ୍କ ପକ୍ଷରୁ ନିବେଦନ କରାଯାଇଛି ।

Get real time updates directly on you device, subscribe now.