ଗିରଫ ହେବେ ରାଜ ଠାକରେ: ଆରେଷ୍ଟ ୱାରେଣ୍ଟ ଜାରି କରିବାକୁ କହିଲେ କୋର୍ଟ

ଗିରଫ ହେବେ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ । ରାଜ ଠାକରେଙ୍କ ବିରୋଧରେ ଜାରି ହେଲା ଜାମିନ ବିହୀନ ଗିରଫ ପରୱାନା । ପଶ୍ଚିମ ମହାରାଷ୍ଟ୍ରର ଏକ କୋର୍ଟ ତାଙ୍କ ନାଁରେ ଏହି ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି । ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏ କୌଣସି ବର୍ତ୍ତମାନର ଘଟଣା ପାଇଁ ନୁହଁ ବରଂ ଚଉଦ ବର୍ଷ ତଳର ଏକ ଘଟଣା ପାଇଁ ଏବେ ଏମିତି ୱାରେଣ୍ଟ ଜାରି ହୋଇଛି ।

ସଙ୍ଗଲୀ ଜିଲ୍ଲାର ଶିରାଲାଠାରେ ଥିବା ଜୁଡ଼ିସିଆଲ ମାଜିଷ୍ଟ୍ରେଟ ତାଙ୍କ ନାଁ ରେ ୱାରେଣ୍ଟ ଜାରି କରିବାକୁ କହିଛନ୍ତି ଯେ ମୁମ୍ବାଇ ପୁଲିସ କମିଶନର ତୁରନ୍ତ ରାଜ ଠାକରେଙ୍କୁ ଗିରଫ କରି କୋର୍ଟରେ ହାଜର କରନ୍ତୁ । ମୁମ୍ବାଇ ପୁଲିସ କମିଶନରଙ୍କ ଜରିଆରେ କୋର୍ଟ ରାଜ ଠାକରେ ଏବଂ ଅନ୍ୟ ଜଣେ ନବ ନିର୍ମାଣ ସେନାର ନେତା ଶିରିଶ ପାରକରଙ୍କ ନାଁରେ ୱାରେଣ୍ଟ ଜାରି କରିଛନ୍ତି । ସେମାନେ ନିଜ ତରଫରୁ କୋର୍ଟରେ ହାଜର ହୋଇନଥିବା ବେଳେ କୋର୍ଟ ପକ୍ଷରୁ ଏମିତି ଘୋଷଣା ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି । ସବୁଠୁ ବଡ଼ କଥା ହେଉଛି ଜୁନ ୮ ତାରିଖ ଭିତରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ଏମିତି ଏକ ପୁରାତନ ମାମଲାରେ ଏମିତି ୱାରେଣ୍ଟ ଜାରି କରାଯାଇଥିବାରୁ ନବ ନିର୍ମାଣ ସେନା ପକ୍ଷରୁ ଏହାକୁ ବିରୋଧ କରାଯାଇଛି । ସେମାନେ କହିଛନ୍ତି ଯେ ସରକାରୀ ନିୟମ ଅନୁଯାୟୀ ୨୦୧୨ ପୂର୍ବରୁ ହୋଇଥିବା ସମସ୍ତ ରାଜନୈତିକ ମାମଲା ପ୍ରତ୍ୟାହାର ହୋଇଛି । ହେଲେ ରାଜ ଠାକରେ ଏବେ ଲାଉଡ଼ ସ୍ପିକର କଥା ଉଠାଇ ଏମିତି ଫସିଛନ୍ତି ବୋଲି ସେମାନେ କହିଛନ୍ତି ।

Get real time updates directly on you device, subscribe now.