fbpx

SAHARA ନିବେଶକଙ୍କ ପାଇଁ ଜରୁରୀ ଅପଡେଟ୍: ସୁବ୍ରତ ରାୟଙ୍କ ବିରୋଧରେ ଜାରି ହେଲା ଆରେଷ୍ଟ ୱାରେଣ୍ଟ

ନୂଆଦିଲ୍ଲୀ: ଯଦି ଆପଣଙ୍କ କିମ୍ବା ଆପଣଙ୍କର କୌଣସି ସମ୍ପର୍କୀୟ ସାହାରା ଇଣ୍ଡିଆରେ ନିବେଶ କରିଛନ୍ତି ତେବେ ଆପଣଙ୍କ ପାଇଁ ଏକ ଜରୁରୀ ଅପଡେଟ୍ ଆସିଛି । ସାହାରା ଇଣ୍ଡିଆରେ ନିବେଶ କରିଥିବା ଅଧିକାଂଶ ନିବେଶକଙ୍କ ଅର୍ଥ ବର୍ତ୍ତମାନ ସୁଦ୍ଧା ମିଳିନାହିଁ । ଭାରତୀୟ ପ୍ରତିଭୂତ ଓ ବିନିମୟ ବୋର୍ଡ (ସେବି) ନିକଟରେ ଅର୍ଥ ଜମା କରିସାରିଥିବା ନେଇ ପୂର୍ବରୁ ସାହାରା ପକ୍ଷରୁ ଏକ ବିଜ୍ଞାପନ ଜାରି କରି କୁହାଯାଇଥିଲା ।

ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ୮୧.୭୦ କୋଟି ଟଙ୍କା ପାଇଁ ୫୩,୬୪୨ ଅରିଜିନାଲ ବଣ୍ଡ ସାର୍ଟିଫିକେଟ / ପାସ ବୁକ ସହ ଜଡ଼ିତ ୧୯,୬୪୪ ଆବେଦନ ଆସିଥିବା ସେବି ପକ୍ଷରୁ କୁହାଯାଇଛି । ତେବେ ଏହା ମଧ୍ୟରେ ସାହାରା ଇଣ୍ଡିଆର ପ୍ରତିଷ୍ଠାତା ସୁବ୍ରତଙ୍କ ବିରୋଧରେ ବିହାରରେ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଜିଲ୍ଲା ଉପଭୋକ୍ତା ବିବାଦ ପ୍ରତିତୋଷ ଆୟୋଗଙ୍କ ପକ୍ଷରୁ ସୁବ୍ରତଙ୍କ ସହିତ ଅନ୍ୟ ୩ ଜଣଙ୍କ ନାମରେ ଅଲଗା ଅଲଗା ମାମଲା ଦାୟର କରାଯାଇ ଗିରଫଦାରୀ ୱାରେଣ୍ଟ ଜାରି କରାଯାଇଛି ।

ସୂଚନା ମୁତାବକ, ନବାଦା ଜିଲ୍ଲାର ଜଣେ ବ୍ୟକ୍ତି ନବାଦା ଶାଖାରେ ୧୨.୦୪ ଲକ୍ଷ ଟଙ୍କା ଜମା କରିଥିଲେ । ସମୟ ପୂରା ହେବା ପରେ ସାହାରା ପକ୍ଷରୁ ତାଙ୍କୁ ଅର୍ଥ ଫେରସ୍ତ କରାଯାଇ ନଥିଲା । ଏହାପରେ ଉକ୍ତ ବ୍ୟକ୍ତି ଜଣଙ୍କ ସାହାରା ବିରୋଧରେ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ମାମଲାର ଶୁଣାଣି କରି ୧୧ ପ୍ରତିଶତ ସୁଧ ସହ ଅର୍ଥ ଫେରସ୍ତ ପାଇଁ ଆଦେଶ ଦେଇଥିଲେ । ମାତ୍ର ସୁବ୍ରତ ଆଦେଶ ପାଳନ କରି ନଥିବାରୁ ତାଙ୍କ ବିରୋଧରେ ଗିରଫଦାରୀ ୱାରେଣ୍ଟ ଜାରି କରାଯାଇଛି । ଏହାପୂର୍ବରୁ ମେରଠରେ ସୁବ୍ରତଙ୍କ ଓ ସାହାରାର ୧୦ ଜଣ ବଡ଼ ଅଧିକାରୀଙ୍କ ବିରୋଧରେ ଠକାମି ନେଇ ମାମଲା ଦାୟର ହୋଇଥିଲା ।

Get real time updates directly on you device, subscribe now.