fbpx

ଜିଭରେ ଖେଳୁଛନ୍ତି ଗେମ୍, ୟୁଟ୍ୟୁବରୁ ରୋଜଗାର: ଜାଣନ୍ତୁ ଭିନ୍ନକ୍ଷମ ଯୁବକ ଇନ୍ଦ୍ରଙ୍କ କାହାଣୀ

ସ୍ୱପ୍ନ ଦେଖି ଏହାକୁ ସାକାର କରିବା ବହୁତ କମ୍ ଲୋକଙ୍କ ଭାଗ୍ୟରେ ଲେଖା ଥାଏ । କେବଳ ଚେଷ୍ଟା ଏବଂ ଧୈର୍ଯ୍ୟରେ ହିଁ ନିଜ ଲକ୍ଷ୍ୟକୁ ହାସଲ କରାଯାଇପାରେ । ତେବେ ଆଜି ଏମିତି ଜଣେ ବ୍ୟକ୍ତିଙ୍କ କାହାଣୀ ଜାଣିବା ଯିଏ ବିନା ହାତ-ଗୋଡରେ ବି ସଫଳତାର ଖୁବ ଉପରେ ପହଞ୍ଚି ପାରିଛନ୍ତି । ତାଙ୍କ ଦୃଢ ମନୋବଳ ଏବଂ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଭିନ୍ନକ୍ଷମ । ନିଜ ଚେଷ୍ଟାରେ ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି ଇନ୍ଦ୍ର । ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟ ଦିବ୍ୟାଙ୍ଗମାନଙ୍କ ପାଇଁ ସେ ଏକ ବଡ ଉଦାହରଣ ପାଲଟିଛନ୍ତି ।

ହାତ-ଗୋଡ ବିନା କିଛି କାମ କରିବା କଥା ଚିନ୍ତା କଲେ ବି ଭୟ ଲାଗୁଛି । କିନ୍ତୁ ଇନ୍ଦ୍ର ଏହା କରି ଦେଖାଇଛନ୍ତି । ୨୦୧୮ ମସିହାରେ ଏକ ଶର୍ଟସର୍କିଟ ଦୁର୍ଘଟଣା ଯୋଗୁଁ ସେ ନିଜର ହହାତ-ଗୋଡ ହରାଇ ଭିନ୍ନକ୍ଷମ ପାଲଟିଗଲେ । ଯାହାପରେ ପରିବାର ପ୍ରତିପୋଷଣ କରିବା ତାଙ୍କ ପାଇଁ ସମ୍ଭବ ହୋଇପାରିନଥିଲା । ତେଣୁ ସେ ଏକ ନିଆରା ଉପାୟରେ ପରିବାରର ବୋଝ ଉଠାଇଛନ୍ତି ଏବଂ ସ୍ମାର୍ଟଫୋନକୁ କରିଛନ୍ତି ନିଜର ହତିଆର । ମୋବାଇଲରେ ଗେମ ଖେଳି ଟଙ୍କା ରୋଜଗାର କରୁଛନ୍ତି ଇନ୍ଦ୍ର । ହାତ ନଥିଲେ ବି ଜିଭ ସାହାଯ୍ୟରେ ମୋବାଇଲରେ ସେ ଗେମ ଖେଳି ହଜାର ହଜାର ଟଙ୍କା ଇନକମ୍ କରିପାରିଛନ୍ତି ।

ଅନେକ ଥର ଗେମରେ ଭଲ ଖେଳି ନପାରିବାରୁ ଗାଳି ଶୁଣିବା ସହ ତାଙ୍କର ମଜାକ ଉଡାଇଛନ୍ତି ଲୋକ । କିନ୍ତୁ ସେ ଏହାକୁ ଖାତିର ନ କରି ଚେଷ୍ଟା ଜାରି ରଖିଥିଲେ । ଏହାପରେ ସେ ଜିଭରେ ଗେମ ଖେଳୁଥିବାର ଭିଡିଓ କରି ୟୁଟ୍ୟୁବରେ ଅପଲୋଡ କରିବାର ଆଇଡିଆ ଦେଇଥିଲେ । ଏମିତି କରି ସେ ଏବେ ୟୁଟ୍ୟୁବ ଚାନେଲରୁ ବି ରୋଜଗାର ଆରମ୍ଭ କରି ଦେଇଛନ୍ତି ।

ତାଙ୍କର ଏହି ଭିଡିଓ ଏବେ ଅନେକ ଲୋକଙ୍କ ପାଖରେ ପହଞ୍ଚୁଥିବା ବେଳେ ସମସ୍ତେ ତାଙ୍କୁ ସମର୍ଥନ ମଧ୍ୟ କରିଛନ୍ତି । କିଛି ଦିନ ପରେ ଗେମିଙ୍ଗ କମ୍ୟୁନିଟିର ବଡ ଖବର ହୋଇଯାଇଛନ୍ତି ଇନ୍ଦ୍ର । ଏବେ ଇନ୍ଦ୍ରଙ୍କ ୟୁଟ୍ୟୁବ ଚାନେଲରେ ପ୍ରାୟ ୧ ମିଲିୟନରୁ ଅଧିକ ସବସ୍କ୍ରାଇବର ରହିଛନ୍ତି । ତେବେ ଭିନ୍ନକ୍ଷମ ଲୋକମାନେ ନିଜକୁ ଅସହାୟ ମନେ କରୁଥିବା ବେଳେ ସେମାନଙ୍କ ପାଇଁ ମଶାଲ ବନିଛନ୍ତି ଆସାମର ଇନ୍ଦ୍ର ।

Get real time updates directly on you device, subscribe now.