fbpx

ବରଗଡ଼ର ବିଶ୍ୱପ୍ରସିଦ୍ଧ Dhanu Yatra ପାଇଁ ଘୋଷଣା ହେଲା ତାରିଖ, ଜାଣନ୍ତୁ କେବେ ହେବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ତାରିଖ ଘୋଷଣା କରାଯାଇଛି । ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଲୋକ ଧନୁଯାତ୍ରାକୁ ଅପେକ୍ଷା କରି ରହିଥାଆନ୍ତି । ଗତ ଦୁଇବର୍ଷ ହେଲା କୋଭିଡ୍ ମହାମାରୀ କାରଣରୁ ଧନୁଯାତ୍ରା ସ୍ଥଗିତ ରହିଥିଲା । ତେଣୁ ଚଳିତ ବର୍ଷ କେବେ ଧନୁଯାତ୍ରା ଅନୁଷ୍ଠିତ ହେବ ସେନେଇ ସମସ୍ତେ ଉତ୍ସୁକତାର ସହ ଚାହିଁ ରହିଥିଲେ ।

ତେବେ ଧନୁଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଧନୁଯାତ୍ରା କେବେ ଆରମ୍ଭ ହେବ ଓ କିପରି ସୁଚାରୁରୂପେ ପରିଚାଳିତ ହେବ ସେନେଇ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ୧୧ ଧରି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଚାଲିବ । ଆସନ୍ତା ଡିସେମ୍ବର ମାସ ୨୭ ତାରିଖରୁ ଯାତ୍ରା ଆରମ୍ଭ ହୋଇ ୨୦୨୩ ମସିହା ଜାନୁଆରୀ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରସ୍ତୁତି ବୈଠକ ପରେ ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୨୦୨୦ରେ କୋଭିଡ୍ କାରଣରୁ ଯାତ୍ରା ଆୟୋଜନ କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଯାତ୍ରା ବନ୍ଦ ନିଷ୍ପତ୍ତିକୁ ନେଇ ବହୁ ଯାତ୍ରାପ୍ରେମୀଙ୍କ ମଧ୍ୟରେ ନିରାଶା ଭାବ ଖେଳିଯାଇଥିଲା । ସେହିପରି ୨୦୨୧ରେ ମଧ୍ୟ କୋଭିଡ୍ କାରଣରୁ ଯାତ୍ରାକୁ ସ୍ଥଗିତ ରଖାଯାଇଥିଲା । ସେ ସମୟରେ ରାଜ୍ୟରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇଥିବାରୁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଥିଲେ ।

Get real time updates directly on you device, subscribe now.