fbpx

ଜୁନ ୧୭ ପରେ କୌଣସି ମୁହୁର୍ତ୍ତରେ ହୋଇପାରେ ପରୀକ୍ଷା: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୩୦ା୪(ଓଡ଼ିଶା ଭାସ୍କର): ଲକ ଡାଉନ ପାଇଁ ସମସ୍ତ ପରୀକ୍ଷା ବାତିଲ ହୋଇଥିଲା । କିନ୍ତୁ ଏହାରି ମଧ୍ୟରେ ୟୁଜିସି ଗାଇଡ଼ ଲାଇନ ନେଇ ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଆମ ବିଭାଗ ତର୍ଜମା କରିବା ସହ ଯାହା ଓଡ଼ିଶା ପାଇଁ ଠିକ ହେବ ତାହା ଗ୍ରହଣ କରାଯିବ । ଲକଡାଉନ ବେଳେ ଛାତ୍ରଛାତ୍ରୀ ପାଠପଢ଼ାରେ ମନୋନିବେଶ କରନ୍ତୁ । ଜୁନ ୧୭ ପରେ କୌଣସି ମୁହୁର୍ତ୍ତରେ ପରୀକ୍ଷା ହୋଇପାରେ ବୋଲି ସେ କହିଛନ୍ତି । ଏଥିପାଇଁ ପ୍ରସ୍ତୁତ ରହିବାକୁ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରିଛନ୍ତି ମନ୍ତ୍ରୀ ଅରୁଣ ।

Get real time updates directly on you device, subscribe now.