fbpx
BSKY
BJD MC SKY
BJD YOUTH SKY

ଆପକୁ ଅଟକାଇବ କିଏ? ଆଜି ଠାରୁ ଦୁଇ ଦିନିଆ ଗସ୍ତରେ ଅରବିନ୍ଦ ଆଉ ସିସୋଡିଆ

ନୂଆଦିଲ୍ଲୀ: ଆପର ନଜର ଏବେ ଗୁଜୁରାଟ ଉପରେ । ଆଜି ଦୁଇଦିନିଆ ଗୁଜୁରାଟ ଗସ୍ତରେ ଆସୁଛନ୍ତି ଆପର ମୁଖିଆ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ।
ଏହି ଗସ୍ତର ଆଗାମୀ ନିର୍ବାଚନ ପାଇଁ ହୋଇଥିବା ବେଳେ ପୁଣି ଥରେ ଜନସମାଜଙ୍କ ଆଗରେ କେନ୍ଦ୍ରର ଅବହେଳା ର ଗୁଣଗାନ କରିବ ଆପ ।
କାର୍ଯ୍ୟସୂଚୀ ଅନୁସାରେ ଏହି ଯୋଡି ସୋମବାର ଦିନ ଅହମଦାବାଦର ହିମନ୍ତନଗର ଠାରେ ଥିବା ଟାଉନ ହଲର ଏକ ସଭାରେ ଯୋଗଦେବେ । ଏହା ପରେ ମଙ୍ଗଳବାର ଭବନନଗର ଏକ ଠାରେ ଏକ ସଭାରେ ଯୋଗ ଦେବେ ।

ଆପ ମୁଖିଆ କହିଛନ୍ତି ଯେ ଆମେ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଆସୁଛୁ । ଲୋକମାନଙ୍କ ସାମ୍ନାରେ ଶିକ୍ଷା ଆଉ ସ୍ୱାସ୍ଥ୍ୟ ଏହି ଦୁଇଟି ମୁଖ୍ୟ ଉପାଦାନକୁ ଉପସ୍ଥାପନା କରିବୁ । ଦିଲ୍ଲୀ ରେ ଯେଉଁ ଭଳି ଶିକ୍ଷା ଆଉ ସ୍ୱାସ୍ଥ୍ୟରେ ଅଗ୍ରଗତି ହେଉଛି । ଠିକ ସେହିଭଳି ଢ଼ାଞ୍ଚାରେ ଗୁଜୁୂରାଟର ବିକାଶ କରିବାକୁ ଚେଷ୍ଟା କରିବୁ । ଏଥିପାଇଁ ଜନ ସମର୍ଥନର ଆବଶ୍ୟକତା ରହିଛି । ତେଣୁ ଆମେ ତାଙ୍କର ସମସ୍ୟାର ସମାଧାନ କରିବା ପାଇଁ ଏହି ବିଷୟରେ ଆଲୋଚନା କରିବୁ ବୋଲି ସେ ଟ୍ୱିଟ କରିଛନ୍ତି ।

ସୂଚନାମୁତାବକ ଏହି ଗସ୍ତ ଉପମୁଖ୍ୟମନ୍ତ୍ରୀଙ୍କ ଘରେ ସିବିଆଇ ଚଢ଼ାଉ ପରେ ହେବାକୁ ଯାଉଛି । ତେବେ ଏହି ଚଢ଼ାଉକୁ ନେଇ ଆପ କହିଛି ଯେ ମୋଦୀ ସରକାର କାହାର ଲୋକପ୍ରିୟତା ସହି ପାରୁ ନାହାନ୍ତି । ଯାହା ଫଳ ସ୍ୱରୁପ ସେ ଇଡି ଆଉ ସିବିଆଇ ବ୍ୟବହାର କରି ଲୋକମାନଙ୍କୁ ଅଟକାଇବାକୁ ଚାହୁଁଛନ୍ତି ।

Get real time updates directly on you device, subscribe now.