fbpx

IRCTC ଲଞ୍ଚ କଲା ବଢ଼ିଆ ଟୁର୍ ପ୍ୟାକେଜ୍: କମ୍ ଖର୍ଚ୍ଚରେ ଭାରତର ସ୍ୱର୍ଗ ବୁଲିବାର ସୁଯୋଗ

ଯଦି ଆପଣଙ୍କୁ ନୂଆ ନୂଆ ସ୍ଥାନ ବୁଲିବାକୁ ଭଲ ଲାଗେ, ତେବେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି । ଇଣ୍ଡିଆନ ରେଲୱେ କ୍ୟାଟେରିଂ ଆଣ୍ଡ ଟ୍ୟୁରିଜିମ୍ କର୍ପୋରେସନ (ଆଇଆରସିଟିସି) ଏକ ସ୍ପେଶାଲ ଟୁର୍ ପ୍ୟାକେଜ ଲଞ୍ଚ କରିଛି । ଏହି ପ୍ୟାକେଜରେ ଆପଣ ଭାରତର ସ୍ୱର୍ଗ କଶ୍ମୀରର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ ।

ଆସନ୍ତା ମାସ ୫ ତାରିଖରୁ ଏହି ପ୍ୟାକେଜର ଯାତ୍ରା ଆରମ୍ଭ ହେବ । ଏଥିରେ ଆପଣମାନେ ଶ୍ରୀନଗର, ଗୁଲମର୍ଗ, ସୋନମର୍ଗ ଓ ପହଲଗାମ ପରି ଆକର୍ଷଣୀୟ ସ୍ଥାନ ବୁଲିପାରିବେ । ଯାତ୍ରୀମାନେ ବିମାନରେ ମୁମ୍ବାଇରୁ ଯାତ୍ରା ଆରମ୍ଭ କରି ପୁଣି ମୁମ୍ବାଇରେ ପହଞ୍ଚିଥିବେ । ଏହି ପ୍ୟାକେଟରେ ୬ ଦିନ ଓ ୫ ରାତି ରହିଛି । ନିୟମିତ ବ୍ୟବଧାନରେ ଏହି ଯାତ୍ରା କରାଯାଉଛି । ଏହି ପ୍ୟାକେଜ ପାଇଁ ସେପ୍ଟେମ୍ବର ୫ ଓ ୧୯, ଅକ୍ଟୋବର ୧୦ ତାରିଖରେ ଆରମ୍ଭ ହେବ । ଏଥିରୁ ଆପଣ ଯେକୌଣସି ଗୋଟିଏ ତାରିଖ ବାଛି ପାରିବେ ।

ଏହି ପ୍ୟାକେଜ ପାଇଁ ଆପଣ କମ୍ଫର୍ଟ କ୍ଲାସରେ ଟ୍ରିପଲ ଅକ୍ୟୁପ୍ୟାନ୍ସରେ ଜଣେ ବ୍ୟକ୍ତି ପିଛା ୩୪,୭୦୦ ଟଙ୍କା ଖର୍ଚ୍ଚ କରିବେ । ଡବଲ ଅକ୍ୟୁପ୍ୟାନ୍ସରେ ୩୫,୯୦୦, ସିଙ୍ଗଲ ଅକ୍ୟୁପ୍ୟାନ୍ସିରେ ୪୪,୩୦୦ ଟଙ୍କା ରହିଛି । ୫ରୁ ୧୧ ବର୍ଷର ପିଲାଙ୍କ ପାଇଁ ବେଡ୍ ସହିତ ୩୧,୬୦୦ ଓ ଏହି ବର୍ଗର ପିଲାଙ୍କ ପାଇଁ ବିନା ବେଡ ପାଇଁ ୨୯,୧୦୦ ଟଙ୍କା ରହିଛି । ଏହି ଟୁର ପ୍ୟାକେଜ ପାଇଁ ଆପଣମାନେ ଆଇଆରସିଟିସିର ୱେବସାଇଟ୍ http://www.irctctourism.comକୁ ଯାଇ ଅନଲାଇନରେ ଟିକେଟ୍ ବୁକିଂ କରିପାରିବେ । ଏହାବ୍ୟତୀତ ଆଇଆରସିଟିସି ପର୍ଯ୍ୟଟକ ସୁବିଧା କେନ୍ଦ୍ର, ଆଞ୍ଚଳିକ ଓ କ୍ଷେତ୍ରୀୟ କାର୍ଯ୍ୟାଳୟରେ ମଧ୍ୟ ବୁକିଂ କରିପାରିବେ ।

Get real time updates directly on you device, subscribe now.