fbpx

ଆସିଲା Instagramର ନୂଆ ଫିଚର: ଜାଣନ୍ତୁ ଏହାକୁ କିପରି କରିବେ ବ୍ୟବହାର

ଆଜିକାଲିର ଯୁବପିଢିମାନେ ସର୍ବଦା ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି । ଏଥିସହିତ ଏହି ସୋସିଆଲ ମିଡିଆ ବ୍ୟବହାର କରି ସେଥିରୁ ରୋଜଗାର ମଧ୍ୟ କରିଥାନ୍ତି । ତେବେ ଏହି ସୋସିଆଲ ମିଡିଆ ଭିତରେ ବର୍ତ୍ତମାନ Instagrameର ଚାହିଦା ଅଧିକ ରହିଛି । ତେବେ ଏହାକୁ ଲୋକେ ଅଧିକ ପସନ୍ଦ କରୁଥିବାରୁ ଏଥିରେ ଦିନକୁ ଦିନ ନୂଆ ନୂଆ ଫିଚର ସବୁ ଦେଖିବାକୁ ମିଳୁଛି । ଯାହାଦ୍ୱାରା ୟୁଜର୍ସମାନେ ଏହି ସୋସିଆଲ ଆପ୍ କୁ ଅଧିକ ମାତ୍ରାରେ ବ୍ୟବହାର କରୁଛନ୍ତି । ତେବେ Instagrame ପୁଣି ଏକ ନୂଆ ଫିଚର ଆଣିଛି । ଯେଉଁଥିରେ ଆପଣମାନେ ଏକା ସମୟରେ ନିଜ ପସନ୍ଦର ଅନେକ ଫଟୋ ସେୟାର କରି ପାରିବେ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ଫିଚରକୁ ବ୍ୟବହାର କରିବାର ଉପାୟ ।

Instagrame ହେଉଛି ଏକ ଫଟୋ ଓ ଭିଡିଓ ସେୟାର କରିବା ଆପ୍ । ଯାହାକୁ ବର୍ତ୍ତମାନ ସେଲିବ୍ରେଟି ଠାରୁ ଆରମ୍ଭ କରି ସାଧାରଣ ଲୋକେ ସମସ୍ତେ ବ୍ୟବହାର କରୁଛନ୍ତି । ତେବେ ଆପଣମାନେ ମଧ୍ୟ ଇଷ୍ଟାଗ୍ରାମରେ ଫଟୋ ସେୟାର କରିବାକୁ ଭଲ ପାଉଥିବେ । କିନ୍ତୁ ଆପଣଙ୍କୁ ଯଦି ଅନେକ ଫଟୋ ଏକା ସହିତ ସେୟାର କରିବାକୁ ଇଚ୍ଛା ହୁଏ ତେବେ ଆପଣ ଫଟୋ କଲେଜ ପରି ଆପ୍ କୁ ବ୍ୟବହାର କରିଥାନ୍ତି । କିନ୍ତୁ ବର୍ତ୍ତମାନ ଆପଣଙ୍କୁ ଆଉ ଏହି ଆପ୍ ବ୍ୟବହାର କିବାକୁ ପଡିବ ନାହିଁ । କାରଣ Instagrameଏକ ନୂଆ ଫିଚର ଆଣିଛି ଯାହାମାଧ୍ୟମରେ ଆପଣ ଏକା ସିହତ ଅନେକ ଫଟୋ ସେୟାର କରିପାରିବେ ।

୧-ଆପଣ ଇଷ୍ଟାଗ୍ରାମରେ ଲେଆଉଟ୍ ବ୍ୟବହାର କରି ଏକା ସହିତ ଅନେକ ଫଟୋ ସେୟାର କରି ପାରିବେ । ଏଥିସହିତ ଷ୍ଟୋରୀ ତିଆରି ସମୟରେ ମଧ୍ୟ ଏହି ଲେଆଉଟ୍ ଫିଚର ବ୍ୟବହାର କରିପାରିବେ ।

୨-ତେବେ ଇଷ୍ଟାଗ୍ରାମ ଲେଆଉଟ୍ ବ୍ୟତୀତ ଫେସ୍ ଅପଶନ୍ ର ଏକ ଫିଚର ମଧ୍ୟ ରହିଛି । ଯାହାଦ୍ୱାରା ଆପଣ ନିଜ ଫଟୋ ଅତି ସହଜରେ ଖୋଜି ପାଇପାରିବେ ।

୩-ଏଠାରେ ୟୁଜର୍ସମାନେ ନିଜ ଫଟୋକୁ ପୂର୍ଣ୍ଣବାର ସଜାଇ ପାରିବେ । ଆପଣ ନିଜ ହିସାବରେ ଏହାକୁ ଜୁନ୍ କିମ୍ବା ଚତାରିପାଖରୁ ସଜାଡି ପାରିବେ । ଏହାପରେ ଆପଣ ନିଜ ଫଟୋର ଲେଆଉଟ୍ ତିଆରି କରି ଫଟୋକୁ ଫ୍ଲିପ୍ କିମ୍ବା ରୋଟେଟ୍ କରିପାରିବେ ।

Get real time updates directly on you device, subscribe now.