fbpx

ଦେହଜୀବୀଙ୍କ କବଜାରେ IG ପାର୍କ: କିଛି କହିଲେ କ୍ୟାମେରାକୁ ଦେଖାଉଛନ୍ତି ନାଲିଆଖି , କାହିଁକି ଚୁପ୍ ବସିଛନ୍ତି ପୋଲିସ ଓ BDA ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ବର ସ୍ଥିତ ବହୁ ପ୍ରସିଦ୍ଧ ଇନ୍ଦିରା ଗାନ୍ଧୀ ପାର୍କ ଏବେ ପଲଟିଛି ଦେହଜୀବୀଙ୍କ ଆଡ୍ଡାସ୍ଥଳୀ। ସନ୍ଧ୍ୟାହେଲେ ପର୍ଯ୍ୟଟକଙ୍କ ଯେମିତି ଭିଡ ଜମୁଛି ଠିକ୍ ସେମିତି ଦେହଜୀବୀ ମାନେ ନିଜର ଜାଲ ବିଛାଇବା ଆରମ୍ଭ କରିଦେଉଛନ୍ତି। ମୁଖ୍ୟ ଫାଟକ ଠାରୁ ଆରମ୍ଭ କରି ପାର୍କ ଭିତରେ ଥିବା ସମସ୍ତ ଅନ୍ଧାର ସ୍ଥାନରେ ଏମାନେ ରାଜ କରୁଛନ୍ତି। ଗାଁ ଗହଳିରୁ ଆସିଥିବା ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ଦେହ ବ୍ୟବସାୟ ଚଳାଇଛନ୍ତି। ଥରେ ସମ୍ପର୍କ ରଖିବାକୁ ମାତ୍ର ୧୦୦-୧୫୦ ଟଙ୍କା ନେଉଥିବାରୁ ଗାଁ ଗହଳିରୁ ଆସିଥିବା ବ୍ୟକ୍ତିଙ୍କ ପକେଟକୁ ଏହା ବେଶ୍ ସୁହାଉଛି।

ଏନେଇ ପୂର୍ବରୁ ମଧ୍ୟ ଅନେକ୍ ଲୋକେ ଅଭିଯୋଗ ଆଣିଥିଲେ ମାତ୍ର ଦାୟିତ୍ଵରେ ଥିବା BDA କର୍ମଚାରୀ ସତେ ଯେମିତି ନିଘୋଡ଼ ନିଦରେ ଶୋଇଯାଇଛି। ଆଉ ପୋଲିସଙ୍କ କଥା ନକହିବା ଭଲ। ପାର୍କ ପାଖରେ ଘଣ୍ଟା ଘଣ୍ଟା ଧରି PCR ଭ୍ୟାନ୍ ଛିଡା ହେଇ ରହିଲେ ମଧ୍ୟ ତାଙ୍କ ଦୃଷ୍ଟି ଗୋଚର ହେଉ ନାହିଁ। ଆଉ ମିଳିଥିବା ସୂଚନା ଅନୁଯାୟୀ, ଉପସ୍ଥିତ ରହୁଥିବା ସୁରକ୍ଷା କର୍ମୀ ଦେହଜୀବୀଙ୍କ ଠାରୁ ମୋଟା ଅଙ୍କର ହାତ ଗୁଞ୍ଜା ନେଇ ନୀରବ ବସିଛନ୍ତି।

ତେବେ ରାଜଧାନୀର ଉନ୍ନତି କରଣ ସହ ରକ୍ଷଣାବେକ୍ଷଣ ଦାୟିତ୍ଵରେ BDA ରହିଛି। ମାତ୍ର ଦୁଃଖର କଥା ହେଉଛି କି, BDA ଅଫିସ ଠାରୁ ମାତ୍ର ଏକ କିଲୋମିଟର ଦୂରରେ ଥିବା IG ପାର୍କ ଉପରେ ନଜର ପଡୁନାହିଁ। ସେପଟେ ଗେଟ ପାଖରେ କିଛି କିନ୍ନର ନିଜର ଆଡ୍ଡା ଜମାଉଥିବା ବେଳେ ପାର୍କ ଭିତରେ ଦେହଜୀବୀଙ୍କ ଆଡ୍ଡା ଚାଲିଛି । ଯେଉଥିପାଇଁ ଛୋଟ ପିଲା କିମ୍ବା ପରିବାର ଲୋକଙ୍କୁ ପାର୍କ କୁ ନେଇ ଆସିବାକୁ ଲୋକେ ପଛଘୁଞ୍ଚା ଦେଲେଣି। ଅନ୍ୟପଟେ ଦିନ ଦ୍ୱିପ୍ରହରରେ ମଧ୍ୟ ପାର୍କ ଭିତରେ ଗଣମାଧ୍ୟମ କ୍ୟାମେରାକୁ ଦେଖି ଭୋକ ବିକଳରେ ତାଟିଆ କାମୁଡ଼ିଲା ଭଳି ଘୋଡାଉଛନ୍ତି ଉପସ୍ଥିତ ସୁରକ୍ଷା କର୍ମୀ। ଆଉ ଗତକାଲି ଭାଇରାଲ୍ ଏକ ଭିଡିଓ ଏ ସବୁ ଘଟଣାକୁ ପୁଣି ଥରେ ପଦାରେ ପକାଇଛି। ଆଗାମୀ ସମୟରେ BDA କର୍ତ୍ତୃପକ୍ଷ କମିଶନରେଟ ପୋଲିସ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାକୁ ରହିଲା।

Get real time updates directly on you device, subscribe now.