fbpx

‘ମୋଦୀ ମାନିନଥିଲେ ଟ୍ରମ୍ପଙ୍କ ପତ୍ନୀଙ୍କ କଥା’, କୁରୁକ୍ଷେତ୍ରରେ ରାଲିଲେ ବିଜେପି ଉପରେ ବର୍ଷିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟୀ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ରବିବାର ଗୁରୁକ୍ଷେତ୍ରରେ ଏକ ରାଲିକୁ ସମ୍ବୋଧିତ କରିବା ସହ କେଜ୍ରିୱାଲ ବିଜେପି ଉପରେ ବଷିଛନ୍ତି । ସେ କହିଛନ୍ତି ଯେ ତ୍ରେତାଯୁଗରେ ରାମଚନ୍ଦ୍ର ରାବଣର ଅହଙ୍କାର ଭାଙ୍ଗିଥିଲେ, ଦ୍ୱାପରଯୁଗରେ ଭଗବାନ କୃଷ୍ଣ ମଧ୍ୟ କଂସର ଅହଙ୍କାର ଭାଙ୍ଗିଥିଲେ । ଆଉ କଳିଯୁଗରେ କୃଷକମାନେ ଭାଜପାର ଗର୍ବ ଭାଙ୍ଗିଛନ୍ତି । ସେ କହିଛନ୍ତି ପଞ୍ଜାବରେ ବହୁଥିବା ପବନ ଏବେ ହରିୟାଣାରେ ଆସିବାକୁ ଯାଉଛି ।

ବିଜେପି ଉପରେ ଟାର୍ଗେଟ କରିବା ସହ କେଜ୍ରିୱାଲ କହିଛନ୍ତି ଯେ ଆମେରିକାର ପୂର୍ବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେତେବେଳେ ନିଜ ପତ୍ନୀଙ୍କ ମେଲାନିଆଙ୍କ ସହ ଭାରତ ଆସିଥିଲେ ସେତେବେଳେ ମେଲାନିଆ ନରେନ୍ଦ୍ର ମୋଦୀଙ୍କୁ କହିଥିଲେ ଯେ ମତେ କେଜ୍ରିୱାଲଙ୍କୁ ସ୍କୁଲ ଦେଖିବାକୁ କହିଥିଲେ କିନ୍ତୁ ମୋଦୀ ତାଙ୍କ କଥା ମାନିନଥିଲେ ।

ହରିୟାଣାର ଖଟ୍ଟର ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ହରିୟାଣାରେ ସବୁ ପେପର ଲିକ୍ ହେଉଛି । ଖଟ୍ଟର ସାହେବ, ଆପଣଙ୍କ ଦ୍ୱାରା ଗୋଟିଏ ପେପର ହୋଇପାରୁନାହିଁ ସରକାର କ’ଣ ଚଳାଇବେ? ଗୁଜରାଟ, ହିମାଚଳରେ ବି ସବୁ ପେପର ଲିକ୍ ହେଉଛି । ସେ କହିଛନ୍ତି ଦିଲ୍ଲୀରେ ସରକାରୀ ସ୍କୁଲରେ ୧୮ ଲକ୍ଷ ପିଲା ପାଠ ପଢ଼ୁଛନ୍ତି ଯାହାଙ୍କର ଭବିଷ୍ୟ ପୂର୍ବରୁ ଅନ୍ଧାର ଥିଲା  । ଏବେ ହରିୟାରଣାରେ ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତରେ ଅନ୍ଧକାରରେ ଅଛି । ଦିଲ୍ଲୀରେ ଆମେ ସ୍କୁଲକୁ ଯେଉଁଭଳି ପରିବର୍ତ୍ତନ କରିଛୁ ସେହିଭଳି ହିରୟାଣାରେ ବଦଳାଇବାକୁ ଚାହୁଛୁ । ଦିଲ୍ଲୀରେ ସ୍କୁଲ ପିଲା ଆଜି କମାଲ କରୁଛନ୍ତି । ମତେ ଗୋଟିଏ ସୁଯୋଗ ଦିଅନ୍ତୁ ହରିୟାଣାରେ ସବୁ ସରକାରୀ ସ୍କୁଲକୁ ବଦଳାଇଦେବି ।

ସେ ଆହୁରି କହିଥିଲେ ଯେ ମତେ ସବୁଠୁ ଭଲ ସେତେବେଳେ ଲାଗେ ଯେତେବେଳେ ଲୋକେ ମତେ ହରିୟାଣାର ପୁଅ ବୋଲି କହିଥାନ୍ତି । ହରିୟାଣା ମୋର ଜନ୍ମଭୂମି, ଜନ୍ମଭୂମିର ଋଣ ୭ ଜନ୍ମ ପର୍ଯ୍ୟନ୍ତ ସୁଝି ହୋଇପାରେନା । ମୁଁ ସିଧା ସାଧା ଲୋକ, ମତେ କାମ କରିବା ଆସେ । ଯେତେ କାମ ଚାହୁଛନ୍ତି କରାଇ ନିଅନ୍ତୁ ।

Get real time updates directly on you device, subscribe now.