fbpx

ଜାମିନ ସର୍ତ୍ତରେ କୋହଳ କରିବାକୁ ଆର୍ଯ୍ୟନ୍‌ ଖାନ୍‌ଙ୍କ ଆବେଦନ, ଆସନ୍ତା ସପ୍ତାହରେ ଶୁଣାଣି ହେବାର ସମ୍ଭାବନା

ମୁମ୍ବାଇ:ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବଲିଉଡ୍‌ ସୁପର୍‌ ଷ୍ଟାର୍‌ ଶାହରୁଖ୍‌ ଖାନଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ । ଡ୍ରଗ୍ସ ମାମଲାରେ ଜାମିନ ସର୍ତ୍ତରେ ସଂଶୋଧନ କରିବାକୁ ଆର୍ଯ୍ୟନ୍‌ ଖାନ୍‌ କୋର୍ଟଙ୍କୁ ଅନୁରୋଧ କରିଛନ୍ତି । ଦାଖଲ କରିଥିବା ଆବେଦନରେ ଆର୍ଯ୍ୟନ୍‌ କହିଛନ୍ତି ଯେ ସେ ପ୍ରତି ଶୁକ୍ରବାର ଏନସିବି କାର୍ଯ୍ୟାଳୟରେ ହାଜର ହୋଇଆସୁଛନ୍ତି । ମାତ୍ର ଜାମିନ ସର୍ତ୍ତରେ କିଛି ସଂଶୋଧନ କରିବାକୁ ଆର୍ଯ୍ୟନ୍‌ ବମ୍ବେ ହାଇକୋର୍ଟରେ ଆବେଦନ କରିଛନ୍ତି ।

ସେହିପରି ଏବେ ତଦନ୍ତର ଭାର ଦିଲ୍ଲୀ ଏନସିବିର ସ୍ୱତନ୍ତ୍ର ଟିମକୁ ପ୍ରଦାନ କରାଯାଇଛି, ସେଥିପାଇଁ ତାଙ୍କୁ ମୁମ୍ବାଇ କାର୍ଯ୍ୟାଳୟରେ ହାଜର ହେବାର ସର୍ତ୍ତରେ ସାମାନ୍ୟ କୋହଳ କରାଯାଉ । ଆବେଦନରେ ଆହୁରି କୁହାଯାଇଛି, ବହୁ ସଂଖ୍ୟାରେ ଗଣମାଧ୍ୟମ ବାହାରେ ଅପେକ୍ଷା କରିଥିବାରୁ ତାଙ୍କୁ ପ୍ରତିଥର ଏନସିବି କାର୍ଯ୍ୟାଳୟ ଯିବା ପାଇଁ ପୁଲିସର ସହାୟତା ନେବାକୁ ପଡ଼ୁଛି । ଆସନ୍ତା ସପ୍ତାହରେ ହାଇକୋର୍ଟରେ ଏହି ଆବେଦନ ଶୁଣାଣି ହେବାର ସମ୍ଭାବନା ରହିଥିବା ତାଙ୍କ ଓକିଲ କହିଛନ୍ତି ।

ଚଳିତ ବର୍ଷ ଅକ୍ଟୋବର ୨ ତାରିଖରେ ମୁମ୍ବାଇର ଏକ କ୍ରୁଜ ଉପରେ ଏନସିବି ଚଢ଼ାଉ କରିଥିଲେ । ଡ୍ରଗ୍ସ ବ୍ୟବହାର, ବିକ୍ରି ଓ କିଣିବା ଅଭିଯୋଗରେ ଆର୍ଯ୍ୟନଙ୍କୁ ଏନସିବି ଗିରଫ କରିଥିଲା । ଯାହା ପରେ ତାଙ୍କୁ ଜେଲ୍‌ ଯିବାକୁ ପଡ଼ିଥିଲା । ଦୀର୍ଘ ୨୬ ଦିନ ପରେ ମୁମ୍ବାଇ ହାଇକୋର୍ଟରୁ ଅର୍ଯ୍ୟନ୍‌ଙ୍କୁ ସର୍ତ୍ତମୂଳକ ଜାମିନ ମିଳିଥିଲା । ତେବେ ହାଇକୋର୍ଟ ଆର୍ଯ୍ୟନଙ୍କୁ ୧୪ ସର୍ତ୍ତ ସହ ଜାମିନ୍‌ ପ୍ରଦାନ କରିଥିଲେ । ତାଙ୍କୁ ପ୍ରତି ଶୁକ୍ରବାର ଏନସିବି କାର୍ଯ୍ୟାଳୟରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ଦେଶ ଛାଡ଼ି ଅନ୍ୟତ୍ର ନ ଯିବାକୁ ମଧ୍ୟ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.