fbpx

ବନବିଭାଗ ଓ ହରିଣ ଶିକାରୀଙ୍କ ମଧୁଚନ୍ଦ୍ରିକା: ଶିକାରୀ ଫେରାର, ବିନା କାରଣରେ ଶିକ୍ଷକଙ୍କୁ ଘରୁ ଉଠାଇ ଆଣି କୋର୍ଟ ଚାଲାଣ

ରାଜନଗର (ଭାସ୍କର ନ୍ୟୁଜ୍‌): କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବନ ବିଭାଗର ଦୁର୍ନୀତି ପିଛା ଛାଡୁନଥିବା ବେଳେ ରେଞ୍ଜରଙ୍କ ସମ୍ପୃକ୍ତି ନେଇ ସାଧାରଣରେ ଚର୍ଚ୍ଚା ଯୋର ଧରିଥିଲେ ମଧ୍ୟ ବନଖଣ୍ଡ ଅଧିକାରୀଙ୍କ ନିରବତା ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏବେ ହସ୍ତଗତ ହୋଇଥିବା ବହୁଚର୍ଚ୍ଚିତ ହରିଣ ମାଂସ କେଳେଙ୍କାରୀ ପଦାରେ ପଡି ଲୋକମାନଙ୍କ ସନ୍ଦେହ ଘେରରେ ବନ ବିଭାଗ କର୍ମଚାରୀ ।

ଭିତରକନିକା ଜାତୀୟ ଉଦ୍ୟାନରେ ଶିକାରୀ ଏବଂ ଅବାଧ ପ୍ରବେଶ ତଥା ପଶୁପକ୍ଷୀଙ୍କ ଗତିବିଧିକୁ ଜଣିବା ପାଇଁ ବିଭାଗ ତରଫରୁ ବହୁ ଅର୍ଥ ବ୍ୟୟରେ କ୍ୟାମେରା ଲଗାଯିବା ସହ କର୍ମଚାରୀମାନେ ମଧ୍ୟ ରାତି ଦିନ ପ୍ରହରା ମାରୁଛନ୍ତି ।ହେଲେ ବରୁଣେଇଗହିରିମଥା ଫରେଷ୍ଟ ବ୍ଲକର ହରିଅଶନାଳ ନିକଟରେ ଫାଶ ବସାଯାଇ ହରିଣ ଶିକାର ହୋଇଥିବା ବନବିଭାଗକୁ ଖବର ମିଳିଥିଲା । ଖବର ପାଇ ଫରେଷ୍ଟର ମହନ୍ତ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଫରେଷ୍ଟ ଗାର୍ଡ ତ୍ରୀଦ୍ୱ ପ୍ରଧାନ ଓ ନିରୂମା ଷଢଙ୍ଗି ସହ ଅନ୍ୟ କର୍ମଚାରୀମାନଙ୍କୁ ନେଇ ଏକ ଟିମ କାଠୁଆ ଗଣ୍ଡ ଗାଁ ରେ ବୈକୁଣ୍ଠ ପରିଡ଼ାଙ୍କ ଘରେ ଚଢ଼ାଉ କରି ୫କେଜି ହରିଣ ମାଂସ ଜବତ କରି ବୈକୁଣ୍ଠକୁ ଗିରଫ କରି ରାଜନଗର ଆଣିଥିଲେ । ଏଥିରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋଲେଖ ସ୍ୱାଇଁ ଓ ଅଲେଖ ସ୍ୱାଇଁ କିପରି ଓ କେଉଁ ପରିସ୍ଥିତିରେ ଫେରାର ହେଲେ ତାହା ପୁଣି ବନବିଭାଗର ଅଜଣାତରେ ଏହା କେବଳ ସାଧାରଣରେ ହାସ୍ୟାସ୍ପଦ ସୃଷ୍ଟି ହୋଇଛି । ହେଲେ ଆଶ୍ଚର୍ଯ୍ୟର ବିଷୟ ଏନେଇ ଜଙ୍ଗଲକୁ ଯାଇନଥିବା କି ସମ୍ପୃକ୍ତି ନଥିବା କିମ୍ୱା ଘରୁମାଂସ ମିଳିବା କୌଣସି ସୁରାକ ନଥିଲେ ମଧ୍ୟ ଜଣେ ଭଦ୍ର ଶିକ୍ଷକ ଫକିର ଚରଣ ନାୟକଙ୍କୁ ତାଙ୍କ ଘରୁ ଶୋଇବା ଅବସ୍ଥାରେ ଉଠାଇ ଆଣି ଶିକାରୀ ସଜାଇ କୋର୍ଟ ଚାଲାଣ କରିବା ପଛରେ କି କାରଣ ଥାଇପାରେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ପ୍ରକାଶ ଥାଉକି ବହୁ ଚର୍ଚ୍ଚିତ ମା ବୁଢ଼ୀ ମଙ୍ଗଳା ସ୍ୱୟଂସହାୟକ ଗୋଷ୍ଠିର ଛତୁଆ ଦୁର୍ନୀତି ତଦାରଖ କରିବାକୁ ଆସିଥିବା ସଚିବ ଓ ଶିଶୁ ବିକାଶ ବିଭାଗ ଅଧିକାରୀମାନେ, ଡ଼ାଙ୍ଗମାଳ ଯାଇ ହରିଣ ମାଂସ ଭୋଜିକରି ଖାଇଥିବା ନେଇ  ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଥିବା ବେଳେ ବନବିଭାଗ ତାକୁ ଅସ୍ୱୀକାର କରିଥିଲା । ହରିଣ ମାଂସ ଭୋଜି କେତେ ଦୂର ସତ କି ମିଛ ଥିଲା ,ଆଜି ଜବତ ହୋଇଥିବା ହରିଣ ମାଂସ ତାର ଏକ ଜ୍ୱଳନ୍ତ ଉଦାହରଣ ହୋଇଛି । ସବୁବେଳେ ବନ ବିଭାଗ ସ୍ୱୁଚ୍ଛତା ଦେଖାଇବା ବା ନେବା ପାଇଁ ନିର୍ଦିଷ୍ଟ କେଇଜଣ ଗୋଡାଣିଆଙ୍କୁ ଧରି ଦୁର୍ନୀତିକୁ ଘଣ୍ଟ ଘୋଡାଇ ଉଚ୍ଚ ପ୍ରସଂଶା କରି ସାଧାରଣରେ ତଥ୍ୟ ପ୍ରମାଣ କରି ନିକଟତମ ହୋଇଥାନ୍ତି । ଡିଏଫଓଙ୍କ କାର୍ଯ୍ୟାଳୟର ୫୦୦ମିଟର ମଧ୍ୟରେ ଚୋରା କାଠ ବିକ୍ରି ହୋଇ ଆସୁଥିବା ବେଳେ ଆଠ ବର୍ଷ ଭିତରେ ଏହି ବର୍ଷ କାଠଗୋଲା ଉପରେ ଚଢ଼ାଉ କରାଗଲା । ତାହାପୁଣି ନିର୍ଦିଷ୍ଟ ଗୋଲା ଉପରେ ।

ସେହିପରି ଶୁଣିବାକୁ ମିଳୁଛି ବନବିଭାଗର ଜଣାତରେ ଦୀର୍ଘବର୍ଷ ହେବ ଶାଙ୍କୁଚ ବେପାରୀ ବେପାର କରି ଆସୁଥିଲେ , ବନବିଭାଗର ମିଛ ସତ ଖବର ପ୍ରକାଶ କରୁଥିବା କେତେ ଜଣ ବ୍ୟକ୍ତି ମାଛ ଅର୍ତରେ ଚିଙ୍ଗୁଡ଼ି ମାଗିଥିଲେ ନ ଦେବାରୁ ରେଞ୍ଜରକୁ ଫୋନ କରି ସେଠାରେ ଚାଲାଣ ପାଇଁ ରହିଥିବା ଶାଙ୍କୁଚ ଧରାଇଥିବା ନେଇ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ କହିଥିଲେ ।

Get real time updates directly on you device, subscribe now.