fbpx

ଜାନୁଆରୀ ପ୍ରଥମ ସପ୍ତାହରେ ହେବ ଅଯୋଧ୍ୟା ଏୟାରପୋର୍ଟର ଶିଳାନ୍ୟାସ

ଲଖନଉ: ଅଯୋଧ୍ୟାରେ ପ୍ରସ୍ତାବିତ ହୋଇଥିବା ଶ୍ରୀରାମ ଅନ୍ତର୍ଜାତୀୟ ଏୟାରପୋର୍ଟର ଶିଳାନ୍ୟାସ୍ ନୁତନ ବର୍ଷରେ ହେବାକୁ ଯାଉଛି । ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଭାଗୀୟ ଅଧିକାରୀଙ୍କ ସହ ଏକ ବୈଠକରେ ଡିସେମ୍ବର ଶେଷ ସପ୍ତାହ ସୁଦ୍ଧା ଭିତ୍ତି ପ୍ରସ୍ତର ସ୍ଥାପନ ପାଇଁ ପ୍ରସ୍ତୁତି ଶେଷ କରିବାକୁ ରାଜ୍ୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ନନ୍ଦୀ ଗୋପାଳ ଗୁପ୍ତା ନନ୍ଦୀ ନିର୍ଦ୍ଦେଶ ଦେଇଛନ୍ତି।

ମନ୍ତ୍ରୀ ନନ୍ଦୀ ଶୁକ୍ରବାର ଦିନ ବିଧାନ ଭବନସ୍ଥିତ ନିଜର କାର୍ଯ୍ୟାଳୟରେ ବେସାମରିକ ବିମାନ ଚଳାଚଳ ବିଭାଗର ଅଧିକାରୀଙ୍କ ସହ ଅଯୋଧ୍ୟା ଏବଂ ଅନ୍ୟାନ୍ୟ ବିମାନବନ୍ଦରର ନିର୍ମାଣ ଏବଂ ବିକାଶ କାର୍ୟ୍ୟର ସମୀକ୍ଷା କରିଛନ୍ତି। ଆଲିଗଡ, ମୁରାଦାବାଦ୍, ଆଜମଗଡ, ଶ୍ରାବସ୍ତି ଏବଂ ଚିତ୍ରକୁଟ ବିମାନ ବନ୍ଦରର ଉଦଘାଟନ ପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଯୋଧ୍ୟା ବିମାନବନ୍ଦରର ଭିତ୍ତିପ୍ରସ୍ତର ସ୍ଥାପନ ସହିତ ଏହି ବିମାନ ବନ୍ଦରଗୁଡ଼ିକର ଉଦଘାଟନ ପାଇଁ ପ୍ରସ୍ତୁତି ଚାଲିଛି । ଅଧିକାରୀ କହିଛନ୍ତି ଯେ ଅଯୋଧ୍ୟାରେ ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ପର୍ୟ୍ୟାୟ ପାଇଁ ୩୫୧ ଏକର ଜମି ଅଧିଗ୍ରହଣ କରାଯାଇଛି।

Get real time updates directly on you device, subscribe now.