fbpx
BJD
BJD SKY
BJD SKY

ବଲିଉଡରେ ଡେବ୍ୟୁ କରିବେ ଆର୍ଯ୍ୟନ! ସାମ୍ନାକୁ ଆସିଲା ପ୍ରଥମ ପ୍ରୋଜେକ୍ଟର ଝଲକ

BJD

ନୂଆଦିଲ୍ଲୀ: ବଲିଉଡର ଷ୍ଟାର କିଡସଙ୍କ ଫିଲ୍ମରେ ଏଣ୍ଟ୍ରି ମାରିବା ଏକ ନୂଆ କଥା ନୁହେଁ । ପୂର୍ବରୁ କିଛି ଷ୍ଟାର କିଡ୍ସ ବଲିଉଡରେ ପ୍ରବେଶ କରି ନିଜର କରିସ୍ମା ଦେଖାଇ ସାରିଥିବା ବେଳେ ଆଉ କିଛି ସୁପର ଫ୍ଲପ୍ ସାବ୍ୟସ୍ତ ହୋଇଛନ୍ତି । ତେବେ ଏହି କ୍ରମରେ ଏବେ ଯୋଡ଼ି ହେବାକୁ ପ୍ରସ୍ତୁତ ହେଉଛନ୍ତି ବଲିଉଡ୍ ବାଦଶାହ ଶାହରୁଖ ଖାନଙ୍କ ପୁତ୍ର ଆର୍ଯ୍ୟନ ।

ତେବେ ଆର୍ଯ୍ୟନଙ୍କ ବଲିଉଡ ଡେବ୍ୟୁ ଖବର ଶୁଣିବା ପରେ ଏବେ ଫ୍ୟାନ୍ସ ଉତ୍ସାହିତ ହୋଇ ପଡ଼ିଛନ୍ତି । ଏ ନେଇ ଆର୍ଯ୍ୟନ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ଶେୟାର କରିଛନ୍ତି । ସେଥିରେ ସେ ନିଜର ଡେବ୍ୟୁ ପ୍ରୋଜେକ୍ଟ ବିଷୟରେ ସୂଚନା ଦେଇଛନ୍ତି । ତେବେ ଆର୍ଯ୍ୟନଙ୍କ ପୋଷ୍ଟରେ ପ୍ରଥମେ ତାଙ୍କର ମାଆ ଗୌରୀ ଖାନ୍ କମେଣ୍ଟ କରିଥିବା ଜଣାପଡ଼ିଛି ।

ନୂଆ ପ୍ରୋଜେକ୍ଟରେ ଆର୍ଯ୍ୟନଙ୍କ ପାଇଁ ସ୍କ୍ରିପ୍ଟ ଲେଖା ସରିଥିବା ବେଳେ ସେ ଏକ ଶୁଭ ମୁହୂର୍ତ୍ତ ଅପେକ୍ଷାରେ ରହିଛନ୍ତି । ଏବେ ଆର୍ଯ୍ୟନ କେବଳ ଆକ୍ସନ କହିବାକୁ ଅପେକ୍ଷା କରି ରହିଛନ୍ତି । ତେବେ ଏହି ପ୍ରୋଜେକ୍ଟ ଶାହରୁଖଙ୍କ ହୋମ୍ କମ୍ପାନୀ ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି । ଆର୍ଯ୍ୟନଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ତାଙ୍କ ମାଆ କମେଣ୍ଟରେ ଲେଖିଛନ୍ତି, ‘ମୁଁ ଅପେକ୍ଷା କରିପାରିବି ନାହିଁ ।’ ସେହିପରି ବାପା ଶାହରୁଖ ମଧ୍ୟ ଲେଖିଛନ୍ତି, ‘ଭାବୁଛ, ବିଶ୍ୱାସ କରୁଛ, ସ୍ୱପ୍ନ ପୂରଣ ହେବ । ବାସ୍, ସାହସ ରଖ । ମୋର ଆଶିର୍ବାଦ ତୁମ ସାଥିରେ ରହିଛି, ତୁମର ପ୍ରଥମ ପ୍ରୋଜେକ୍ଟ ସର୍ବଦା ସ୍ପେଶାଲ ହେବ ।’ ତେବେ ଆର୍ଯ୍ୟନଙ୍କ ପରି ଜଣେ ଷ୍ଟାର କିଡଙ୍କ ବଲିଉଡ ଏଣ୍ଟ୍ରି ନେଇ ଅନେକ ନାମିଦାମୀ କଳାକାର ତରଫରୁ ଶୁଭେଚ୍ଛା ଓ ଶୁଭକାମନାର ଛୁଅ ଛୁଟିଛି ।

Get real time updates directly on you device, subscribe now.