fbpx

ଘରେ କାହିଁକି ରଖନ୍ତି ନାହିଁ ଶନି ଦେବଙ୍କ ପ୍ରତିମୂର୍ତ୍ତି; ଜାଣନ୍ତୁ ଏହା ପଛର କାରଣ

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦେବାଦେବୀଙ୍କର ଏକ ସତନ୍ତ୍ର ମହତ୍ୱ ଏବଂ ଗୁରୁତ୍ୱ ରହିଥାଏ । ଯାହାକି ସେମାନଙ୍କୁ ଅନ୍ୟ ଦେବତାମାନଙ୍କ ଠାରୁ ଭିନ୍ନ କରେ । ତେବେ ଶନିଙ୍କୁ ନ୍ୟାୟର ଦେବତା କୁହାଯାଏ । ଏଥିସହିତ ତାଙ୍କ କୋପ ଦୃଷ୍ଟିରୁ ରକ୍ଷା ପାଇବା ପାଇଁ ଏବଂ ତାଙ୍କ ଆର୍ଶିବାଦ ଲାଭ କରିବା ପାଇଁ ତାଙ୍କୁ ପୂଜା ମଧ୍ୟ କରାଯାଏ । ତେବେ କିଛି ଲୋକଙ୍କ ପାଇଁ ଭଗବାନ ଶନି ଶୁଭ ହୋଇଥାନ୍ତି ତ କିଛି ଲୋକଙ୍କ ପାଇଁ ସେ ଅଶୁଭ ହୋଇଥାନ୍ତି । ଏଥିସହିତ ଶନିଙ୍କ ପ୍ରତିମୂର୍ତ୍ତିକୁ ମଧ୍ୟ ଘରେ ରଖାଯାଏ ନାହିଁ କି ପୂଜା କରାଯାଏ ନାହିଁ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହା ଫଛରେ କଣ ରହିଛି କାରଣ ।

ଘରେ କାହିଁକି ରଖନ୍ତି ନାହିଁ ଶନିଙ୍କ ମୂର୍ତ୍ତି: ଶାସ୍ତ୍ର ଅନୁସାରେ ଶନିଦେବଙ୍କୁ ଘରେ ରଖିବା ଦ୍ୱାରା ଶନିଦେବଙ୍କ ସିଧା ଦୃଷ୍ଟ ଘର ଉପରେ ପଡିଥାଏ । ମାନ୍ୟତା ଅନୁସାରେ ଶନିଙ୍କ ସିଧା ଦୃଷ୍ଟି ବହୁତ ଅଶୁଭ ହୋଇଥାଏ । ଫଳରେ ଘରେ ଅଶାନ୍ତି ଏବଂ ସମସ୍ୟା ଲାଗି ରୁହେ । ତଣୁ ଶନିଦେବଙ୍କ ପ୍ରତିମୂର୍ତ୍ତି ଘରେ ରଖିବା ଶୁଭ ହୋଇ ନଥାଏ । ଏଥିସହିତ ଶନିଦେବଙ୍କୁ ଘରେ ନ ରଖିବାର ପୌରାଣିକ କାରଣ ମଧ୍ୟ ରହିଛି ।

ତେବେ ପୌରାଣିକ ଶାସ୍ତ୍ର ଅନୁସାରେ, ଶନିଦେବଙ୍କୁ ତାଙ୍କ ପତ୍ନି ଅଭିଶାପ ଦେଇଥିଲେ । ଥରେ ଶନିଦେବ ଧ୍ୟାନରେ ଥିବା ବେଳେ ତାଙ୍କୁ ପତ୍ନି ଧ୍ୟାନ ଭଗ୍ନ କରିବାକୁ ପ୍ରୟାଶ କରିଥିଲେ । କିନ୍ତୁ ସବୁ ପରେ ମଧ୍ୟ ଶନିଦେବଙ୍କ ଧ୍ୟାନ ଭାଙ୍ଗି ନଥିଲା । ଫଳରେ ଶନିଙ୍କ ପତ୍ନି ରାଗିଯାଇ ଶନିଦେବଙ୍କୁ ଅଭିଶାପ ଦେଇଥିଲେ । ସେ କହିଥିଲେ ଯିଏ ବି ଶନିଙ୍କୁ ଦେଖିବା କିମନ୍ୱା ଯାହା ଉପରେ ଶନିଙ୍କ ସିଧା ଦୃଷ୍ଟି ପଡିବ ସେମାନଙ୍କ ଜୀବନରେ ସମସ୍ୟା ସୃଷ୍ଟି ହେବ । ତେଣୁ ଏହି କାରଣରୁ ଶନିଙ୍କୁ ଘରେ ରଖି ପୂଜା କରାଯାଏ ନାହିଁ ।

Get real time updates directly on you device, subscribe now.