fbpx

ଗୋଟିଏ ମାସରେ ୩ ଥର ସ୍ଥିତି ପରିବର୍ତ୍ତନ କରିବେ ଏହି ଗ୍ରହ ; ୪ଟି ରାଶି ଉପରେ ପଡିବ ବିଶେଷ ପ୍ରଭାବ, ଜାଣନ୍ତୁ ଆପଣଙ୍କ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧଙ୍କୁ ଗ୍ରହମାନଙ୍କ ରାଜ କୁମାର କୁହାଯାଏ । ତେବେ ବର୍ଷର ଶେଷ ମାସରେ ଧନ ବୁଦ୍ଧି ଏବଂ ବେପାରର ଗ୍ରହ ବୁଧ ତାଙ୍କ ଗତି ଓ ୩ ଥର ତାଙ୍କ ସ୍ଥିତି ଏବଂ ରାଶି ପରିବର୍ତ୍ତନ କରିବେ । ଫଳରେ ଏହା ସମସ୍ତ ବ୍ୟକ୍ତି ଉପରେ ପ୍ରଭାବ ପକାଇବ । ଧନ ଗ୍ରହ ବୁଧ ୩ ଡିସେମ୍ବର ୨୦୨୨ ରେ ରାଶି ପରିବର୍ତ୍ତନ କରି ଧନୁ ରାଶିରେ ପ୍ରବେଶ କରିଛନ୍ତି । ଏହାପରେ ସେ ୨୮ ଡିସେମ୍ବର ୨୦୨୨ରେ ପୁଣି ଥରେ ଧନୁ ରାଶିରୁ ବାହାରି ମକର ରାଶିରେ ପ୍ରବେଶ କରିବେ । ସେହିପରି ୩୦ ଡିସେମ୍ବର ୨୦୨୨ରେ ସେ ତାଙ୍କ ଚଳନ ଏବଂ ସ୍ଥିତି ପରିବର୍ତ୍ତନ କରି ମକର ରାଶିରେ ବକ୍ର ଚଳନ କରିବେ । ଫଳରେ ଏହା ମୋଟ ୧୨ ଟି ରାଶି ଉପରେ ପ୍ରଭାବ ପକାଇବ । କିନ୍ତୁ ଖାସ କରି ୪ ଟି ରାଶି ଉପରେ ଏହା ଅଧିକ ପ୍ରଭାବ ପକାଇବ । ଯେଉଁ କାରଣରୁ ଏହି ରାଶିର ବ୍ୟକ୍ତିମାନଙ୍କୁ ସମସ୍ତ କ୍ଷେତ୍ରରେ ସଫଳତା ମିଳିବା ସହ ଧନ ପ୍ରାପ୍ତିର ମଧ୍ୟ ଯୋଗ ରହିଛି । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ୪ ଟି ଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ…

ମେଷ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମେଷ ରାଶିର ବ୍ୟକ୍ତିମାନଙ୍କ ପାଇଁ ଚଳିତ ବର୍ଷ ଡିସେମ୍ବର ମାସ ଅନେକ ଶୁଭ ଫଳ ପ୍ରଦାନ କରିବ । କାରଣ ବୁଧ ଗ୍ରହଙ୍କ ରାଶି ଏବଂ ସ୍ଥିତି ପରିବର୍ତ୍ତନ ଏହି ରାଶିର ବ୍ୟକ୍ତିମାନଙ୍କ ଉପରେ ବିଶେଷ ପ୍ରଭାବ ପକାଇବ । ଫଳରେ ଏହି ରାଶିର ବ୍ୟକ୍ତିମାନେ ସମସ୍ତ କ୍ଷେତ୍ରରେ ସଫଳତା ପାଇବା ସହ ଧନ ପ୍ରାପ୍ତିର ଯୋଗ ରହିଛି । ଏଥିସହିତ ବେପାର ବାଣିଜ୍ୟ କରୁଥିବା ବ୍ୟକ୍ତିମାନେ ଲାଭ ବାନ ହେବେ । ବିଦ୍ୟାର୍ଥୀମାନେ ସେମାନଙ୍କ କ୍ୟାରିୟରରେ ଅନେକ ସଫଳତା ହାସଲ କରିବାର ସମ୍ଭାବନା ରହିଛି ।

ବୃଷ: ବୃଷ ରାଶିର ବ୍ୟକ୍ତିମାନଙ୍କ ପାଇଁ ବୁଧ ଗୋଚର ଏବଂ ବକ୍ର ବୁଧ ଅନୁକୂଳ ଫଳ ପ୍ରଦାନ କରିବ । ଯେଉଁ କାରଣରୁ ଅନେକ ଦିନ ଧରି ଅଟକି ରହିଥିବା କାମ ପୁରା ହେବ । ଏଥିସହିତ ଏହି ରାଶିର ବ୍ୟକ୍ତିମାନଙ୍କୁ ନୂତନ ଚାକିରୀର ଯୋଗ ରହିଛି । ଏତତ୍ ବ୍ୟତୀତ ପରିଶ୍ରମର ପୁରା ଫଳ ମିଳିବା ସହ ବେପାର ବାଣିଜ୍ୟରେ ଆପଣ ଲାଭବାନ ହେବେ । ବର୍ଷର ଶେଷମାସ ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଲାଭ ଦାୟକ ହେବ ।

ସିଂହ: ବୁଧ ଗ୍ରହ ସିଂହ ରାଶିର ବ୍ୟକ୍ତିମାନଙ୍କୁ ଅନେକ ଶୁଭ ଫଳ ପ୍ରଦାନ କରିବେ । ଫଳରେ ବେପାର ବାଣିଜ୍ୟ କରୁଥିବା ବ୍ୟକ୍ତିମାନେ ଲାଭବାନ ହେବ ସହ ବ୍ୟବସାୟ ବୃଦ୍ଧି ହେବାର ସମ୍ଭାବନା ରହିଛି । ଏଥିସହିତ ବୁଧଗ୍ର୍ରହଙ୍କ ଏହି ସ୍ଥିତି ପରିବର୍ତ୍ତନ ବିଦ୍ୟାର୍ଥୀମାନଙ୍କୁ ମଧ୍ୟ ଅନେକ ସଫଳତା ଦେବ । ଫଳରେ ବଦ୍ୟାର୍ଥୀମାନେ ସେମାନଙ୍କ କ୍ୟାରିୟରେ ଅନେକ ସଫଳତା ହାସଲ କରିବେ ।

କନ୍ୟା: ବୁଧ ଗ୍ରହଙ୍କ ରାଶି ପରିବର୍ତ୍ତନ ଏହଂ ବକ୍ର ଚଳନ କନ୍ୟା ରାଶିର ବ୍ୟକ୍ତିମାନଙ୍କୁ ଅନେକ ଶୁଭ ଫଳ ପ୍ରଦାନ କରିବ । ଫଳରେ ଏହି ରାଶିର ବ୍ୟକ୍ତିମାନେ ଘର ଗାଡି ଆଦି କିଣିବାର ଯୋଜନା କରୁଥିଲେ ତାହା ସଫଳ ହେବ । ଏଥିସହିତ ଧନ ପ୍ରାପ୍ତିର ମଧ୍ୟ ଯୋଗ ରହିଛି । ତେବେ ଚଳିତ ବର୍ଷ ଶେଷ ମାସ ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଲାଭ ଦାୟକ ହେବ ।

Get real time updates directly on you device, subscribe now.