fbpx

ଜେଲ ଯିବେ ଆର୍ଯ୍ୟନ୍

ମୁମ୍ବାଇ: ନିରାଶ ହେଲେ ଆର୍ଯ୍ୟନ, ମିଳିଲାନି ବେଲ୍ । କ୍ରୁଜ୍ ପାର୍ଟିରେ ଡଗ୍ସ କାରବାର ନେଇ ଗିରଫ ହୋଇଥିବା ବଲିଉଡ ଅଭିନେତା ଶାହରୁଖ ଖାନ୍ ଙ୍କ ପୁଅ ଆର୍ଯ୍ୟନ ଖାନ୍ ଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହଜାତକୁ ପଠାଇଦିଆଯାଇଛି । ଆର୍ଯ୍ୟନଙ୍କୁ ଆଉ ଅଧିକ ଦିନ ରିମାଣ୍ଡରେ ନେବାକୁ ଅନୁମତି ମିଳିନାହିଁ । ୧୧ ପର୍ଯ୍ୟନ୍ତ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ଏନସିବି ।

ଡ୍ରଗ୍ସ ସେବନ ମାମଲାରେ ଏନସିବି ଦ୍ୱାରା ଗିରଫ ହୋଇଥିବା ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗୁରୁବାର କୋର୍ଟରେ ହାଜର କରାଯାଇଥିଲା । ଏହା ସହିତ ଆସନ୍ତା ୧୧ ତାରିଖ ଯାଏଁ ଆର୍ଯ୍ୟନଙ୍କୁ ରିମାଣ୍ଡରେ ନେବା ପାଇଁ ଦାବି କରିଥିଲା ଏନସିବି । ଏହି ମାମଲାରେ ଅଦ୍ୟାବଧି ୧୫ ଜଣଙ୍କୁ ଗିରଫ ମଧ୍ୟ କରାଯାଇ ସାରିଛି ।

Get real time updates directly on you device, subscribe now.