fbpx

ବୁଧବାରକୁ ଘୁଞ୍ଚିଲା ଆର୍ଯ୍ୟନଙ୍କ ଜାମିନ ଶୁଣାଣି

ନୂଆଦିଲ୍ଳୀ: ମୁମ୍ବାଇର ସେସନ କୋର୍ଟରେ ଚାଲିଛି ବଲିଉଡ଼ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କଙ୍କ ଜାମିନ ଆବେଦନର ଶୁଣାଣି । ସୋମବାର କୋର୍ଟ ଆସନ୍ତା ବୁଧବାରକୁ ଏହି ଜାମିନ ଆବେଦନର ଶୁଣାଣିକୁ ଘୁଞ୍ଚାଇଥିବା ସୂଚନା ମିଳିଛି । ଆର୍ୟନଙ୍କୁ ମୁମ୍ବାଇରୁ ଗୋଆ ଅଭିମୁଖେ ଯାଉଥିବା ବିଳାସପୂର୍ଣ୍ଣ କ୍ରୁଜ ସିପରେ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ କରାଯାଇଥିଲା । ସେ ଗତ ୪ ବର୍ଷ ଧରି ଡ୍ରଗ୍ସ ସେବନ କରୁଛନ୍ତି ବୋଲି ଏନସିବି ଆଗରେ ସତ ଉଗାଳିଥିଲେ ।

ଆଜି ଶୁଣାଣି ସମୟରେ ଏନସିବିର କାଉନସିଲ ଓ ଅଭିଯୁକ୍ତଙ୍କ କାଉନସିଲ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଅଭିଯୁକ୍ତଙ୍କ ଓକିଲମାନେ ଏନସିବିକୁ ଅନେକ ପ୍ରଶ୍ନ ପଚାରିଥିଲେ ଯାହା ଉତ୍ତର ଦେବାକୁ ଏନସିବି ସମୟ ମାଗିଥିବା ଜଣାପଡ଼ିଛି । ଏଥିଲାଗି ଏହି ଜାମିନ ଆବେଦନର ଶୁଣାଣିକୁ ବୁଧବାରକୁ ଘୁଞ୍ଚାଇ ଦିଆଯାଇଛି ।ଏହି ମାମଲାରେ ଏନସିବି ଆର୍ଯ୍ୟନଙ୍କଙ୍କୁ ଗିରଫ କରିବା ପୂର୍ବରୁ ତାଙ୍କ ଓକଲି ସତିଶ ମାନେସିନ୍ଦେ ମୁମ୍ବାଇର ଏକ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । କିନ୍ତୁ ଗତ ଶୁକ୍ରବାର କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ । ଏହାପୂର୍ବରୁ ମୁମ୍ବାଇର ମାଜିଷ୍ଟ୍ରେଟ କୋର୍ଟ ଗୁରୁବାର ଆର୍ଯ୍ୟନଙ୍କ ଓ ଅନ୍ୟ ୭ ଜଣ ଅଭିଯୁକ୍ତଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଥିଲେ । ଏହାପରେ ଆର୍ଯ୍ୟନଙ୍କ ମୁମ୍ବାଇର ଆର୍ଥର ରୋଡ ଜେଲରେ କାରାଦଣ୍ଡ ଭୋଗୁଛନ୍ତି ।

Get real time updates directly on you device, subscribe now.