fbpx

ଏହି ଟିକା ନେଇଥିଲେ ବୟସ୍କ ବ୍ୟକ୍ତି ନେବେ Booster ଡୋଜ୍; ହୁ ଜାରି କଲା ଆଡଭାଇଜରୀ

ନୂଆଦିଲ୍ଳୀ: କରୋନା ଟିକା ନେଉଥିବା ବୟସ୍କ ବ୍ୟକ୍ତିବିଶେଷଙ୍କୁ ତୃତୀୟ ଶଟ୍ ବା ବୁଷ୍ଟର ଡୋଜ୍ ନେବାକୁ ପଡୁଛି । ତେବେ ଏ ନେଇ ସୋମବାର ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ହୁ) ପକ୍ଷରୁ ନିର୍ଦ୍ଦେଶାବଳୀ ଜାଗରି କରାଯାଇଛି । ୬୦ରୁ ଅଧିକ ବୟସର ବ୍ୟକ୍ତିବିଶେଷଙ୍କ ପାଇଁ ଏହି ନିୟମାବଳୀ ଲାଗୁ କରାଯାଇଛି । ତେବେ ବିଶ୍ୱର ଅନ୍ୟ କୌଣସି ଭ୍ୟାକ୍ସିନ ନେଇଥିଲେ ବୁଷ୍ଟର ଡୋଜ ଅନାବଶ୍ୟକ ବୋଲି କୁହାଯାଇଥିବା ବେଳେ କେବଳ ଦୁଇଟି ଟିକାକୁ ଏହା ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଇଛି ।
ଚୀନରେ ନିର୍ମିତ ଦୁଇଟି ଟିକା ସିନୋଭାକ୍ ଓ ସିନୋଫାର୍ମ ଉପରେ ଏହି କଟକଣା ଜାରି କରିଛି ହୁ । ଏହି ଦୁଇଟି ଟିକା ନେଇଥିବା ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ବୁଷ୍ଟର ଡୋଜ ନେବା ପାଇଁ ହୁ ପକ୍ଷରୁ ଘୋଷଣା କରାଯାଇଛି । ଏହାର କାରଣ ଦର୍ଶା ଯାଇନଥିବା ବେଳେ ଏହି ଦୁଇ ଟିକାର କ୍ୱାଲିଟି ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଅନୁମାନ କରାଯାଉଛି । ଉଲ୍ଲେଖଯୋଗ୍ୟ ଯେ, ଚୀନର ଏହି ଟିକାକୁ ନେଇ ସ୍ୱୟଂ ଚୀନର ବୈଜ୍ଞାନିକ ମାନେ ମଧ୍ୟ ପ୍ରଶ୍ନ ଉଠାଇଥିଲେ ।

Get real time updates directly on you device, subscribe now.