fbpx

ଛୋଟ ଛୁଆଙ୍କୁ ସୁରକ୍ଷା ଦେବ ଇନଷ୍ଟାଗ୍ରାମ; ଆଣିବାକୁ ଯାଉଛି ନୂଆ ଫିଚର

ନୂଆଦିଲ୍ଲୀ: ଖୁବଶୀଘ୍ର ନିଜ ପ୍ଲାଟଫର୍ମରେ ଏକ ନୂଆ ଫିଚର ଆଣିବାକୁଯାଉଛି ଇନଷ୍ଟଗ୍ରାମ । ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଖୁବଶୀଘ୍ର ହାନିକାରକ ପୋଷ୍ଟଠାରୁ ପିଲାଙ୍କୁ ଦୂରେଇ ରଖିବା ପାଇଁ ଏକ ନୂଆ ଟୁଲ ଆଣିବାକୁ ଯାଉଛି ଯାହା କିଶୋରଙ୍କୁ ଖରାପ ସାମଗ୍ରୀଠାରୁ ଦୂରେଇ ରଖିବାକୁ ବାଧ୍ୟ କରିବ ।

ଫେସବୁକ ବୈଷୟିକ ଟିମର ଉପମୁଖ୍ୟ ନିକ୍ କ୍ଲେଗ କହିଛନ୍ତି ଖୁବଶୀଘ୍ର ପ୍ଲାଟଫର୍ମରେ ‘ଟେକ୍ ଏ ବ୍ରେକ’ ନାମକ ଟୁଲ ଆଣିବାକୁ ଯାଉଛି ଏହି ଟୁଲ କିଶୋରଙ୍କୁ ଖରାପ ସାମଗ୍ରୀଠାରୁ ଦୂରଇ ରଖିବ । ଏହା ସହ ଏହି ଟୁଲ କିଶୋରଙ୍କୁ ଇନଷ୍ଟାଗ୍ରାମ ବ୍ୟବହାରରୁ ବିରତୀ ନେବାକୁ ସଙ୍କେତ ମଧ୍ୟ ଦେବ । ତେବେ କମ୍ପାନୀ ତରଫରୁ ସ୍ପଷ୍ଟ କରାଯାଇନାହିଁ ଏହି ଫିଚର କେବେ ଲଞ୍ଚ ହେବ ।

ଇନଷ୍ଟାଗ୍ରାମ ଯୋଗୁଁ କିଶୋର ମାନସିକ ସ୍ୱାସ୍ଥ୍ୟ ଉପରେ ନକରାମ୍ତକ ପ୍ରଭାବ ପଡ଼ୁଥିବା ନେଇ ଫେସବୁକର ପୂର୍ବତନ କର୍ମଚାରୀ ହ୍ୱିସଲବ୍ଲୋଅରଙ୍କ ଅଭିଯୋଗର କିଛି ଦିନ ପରେ ଏହି ଫିଚର ବିଷୟରେ ଘୋଷଣା କରିଛି ଫେସବୁକ । ସେ ଅଭିଯୋଗ କରିଥିଲେ ଯେ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ କିଶୋରଙ୍କ ପାଇଁ ଏକ ଖରାପ ମାହୋଲ ତିଆରି କରୁଛି ।

Get real time updates directly on you device, subscribe now.