fbpx

ବ୍ରାଭୋଙ୍କ ସମକକ୍ଷ ହେଲେ ହର୍ଷଲ; ୩୨ ୱିକେଟ ସହିତ ସିଜିନ ଶେଷ

ନୂଆଦିଲ୍ଲୀ: ଆରସିବି ଅଲରାଉଣ୍ଡର ହର୍ଷଲ ପଟେଲ ଚଳିତ ଆଇପିଏଲରେ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛନ୍ତି । ଚଳିତ ସିଜିନରେ ୩୨ ଟି ୱିକେଟ ସହିତ ପର୍ପଲ କ୍ୟାପ ଦୌଡରେ ଆଗୁଆ ରହିଛନ୍ତି । ଆଭେଶ ଖାନ ୨୨ ୱିକେଟ ସହିତ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ହର୍ଷଲଙ୍କୁ ଅତିକ୍ରମ କରିବା ଅସମ୍ଭବ ଲାଗୁଛି । କୋଲକାତା ନାଇଟ ରାଇଡର୍ସରୁ ଭେଙ୍କଟେଶ ଆୟାରଙ୍କୁ ଆଉଟ୍ କରି ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି ହର୍ଷଲ ପଟେଲ ।
କେକେଆର ବିପକ୍ଷ ଏଲିମିନେଟରରେ ହର୍ଷଲ ଦୁଇଟି ୱିକେଟ ଅକ୍ତିଆର କରିବା ସହିତ ଚଳିତ ସିଜିନରେ ନିଜର ୩୨ ତମ ୱିକେଟ ହାସଲ କରିଛନ୍ତି । ଏହା ସହିତ ହର୍ଷଲ ସିଏସକେ ଅଲରାଉଣ୍ଡର ଡ୍ୱେନ୍ ବ୍ରାଭୋଙ୍କ ସମକକ୍ଷ ହୋଇଛନ୍ତି । ବ୍ରାଭୋ ୨୦୧୩ରେ ୩୨ ୱିକେଟ ନେଇଥିବା ବେଳେ ୨୦୨୦ରେ କାଗିସୋ ରବାଡା ୩୦ଟି ୱିକେଟ ନେଇଥିଲେ । ୨୦୧୧ରେ ଲାସିଥ ମାଲିଙ୍ଗା ୨୭ ୱିକେଟ ନେଇଥିବା ବେଳେ ତାଙ୍କୁ ଅତିକ୍ରମ କରିଥିଲେ ହର୍ଷଲ ।

Get real time updates directly on you device, subscribe now.