fbpx

‘ଆଶ୍ରା ଫାଉଣ୍ଡେସନ ଓଡ଼ିଶା’ ୧୦୦ତମ ବଣ୍ଟନ କାର୍ଯ୍ୟକ୍ରମ: ୩ ବର୍ଷରୁ ନିୟମିତ ଯୋଗାଇ ଆସୁଛି ସେବା

ଭୁବନେଶ୍ଵର: ଭୁବନେଶ୍ଵରର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ‘ଆଶ୍ରା ଫାଉଣ୍ଡେସନ ଓଡ଼ିଶା’ ପକ୍ଷରୁ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଶ୍ରା ପକ୍ଷରୁ ଚଳିତ ଥର ୧୦୦ତମ ସାପ୍ତାହିକ ସଚେତନ ଏବଂ କିଟ୍ ବଣ୍ଟନ କାର୍ୟ୍ୟକ୍ରମରେ ପହଞ୍ଚିଛି। ଏହି କାର୍ୟ୍ୟକ୍ରମରେ ରାଜାରାଣୀ ବସ୍ତିର ଛୋଟ ପିଲାମାନଙ୍କ ସ୍ଵାସ୍ଥ୍ୟ ଉପରେ ବିଶେଷ ଗୁରୁତ୍ୱ ଦେଇଛି ଆଶ୍ରା। ପ୍ରତି ଥର ଭଳି ଏଥର ପିଲାମାନଙ୍କୁ ପୁଷ୍ଟିକର ଖାଦ୍ୟ ବଣ୍ଟନ ସମେତ ବିଭିନ୍ନ ପ୍ରତିଯୋଗିତା କରାଯାଇଛି ଏବଂ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ମଧ୍ୟ ହୋଇଛି। ଏଥିସହିତ ପିଲାମାନଙ୍କ ସ୍ଵାସ୍ଥ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ଶିଶୁରୋଗ ବିଶେଷଜ୍ଞ ଡା. ସାଲିନୀ ଦାଶ ସେମାନଙ୍କୁ ଔଷଧ ପ୍ରଦାନ କରିଛନ୍ତି।

ସେହିପରି ବସ୍ତିର ପରିବେଶ ଅଳିଆ ଆବର୍ଜନା ତଥା ଅପରିଷ୍କାର ରହିଥିବାରୁ ପିଲାମାନଙ୍କ ପରିବାରକୁ ମସୁରୀ ମଧ୍ୟ ପ୍ରଦାନ କରିଛି ଆଶ୍ରା ଫାଉଣ୍ଡେସନ। ଏହାଦ୍ବାରା ଏଠାରେ ଡେଙ୍ଗୁ କିମ୍ବା ସ୍କ୍ରବ ଭାଇରସ ଭଳି ରୋଗରୁ ରକ୍ଷା ପାଇପାରିବେ ବସ୍ତି ବାସିନ୍ଦା। ତେବେ ପିଲାମାନଙ୍କୁ ଶିକ୍ଷା କ୍ଷେତ୍ରରେ ପ୍ରୋତ୍ସାହନ ଦେବା ପାଇଁ ସେମାନଙ୍କ ଭିତରେ ଚିତ୍ରାଙ୍କନ ଏବଂ ବକ୍ତୃତା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତାରେ ଉନ୍ନୀତ ହେଉଥିବା ପିଲାମାନଙ୍କୁ ଆକର୍ଷଣୀୟ ପୁରସ୍କାର ଦେଇ ଶୁଭେଚ୍ଛା ଜଣାଇଛନ୍ତି ସଂଗଠନର କର୍ମକର୍ତ୍ତା। ୨୦୨୧ ମସିହାରେ ସନ୍ତୋଷ ପଟ୍ଟନାୟକ ଏବଂ ଶ୍ରୀନିବାସ ସାହୁଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି କାର୍ୟ୍ୟକ୍ରମ ଆଜି ଶତକ ପୂରଣ କହିଛି। ଆଜିର ଏହି କାର୍ୟ୍ୟକ୍ରମରେ ଡା. ସାଲିନୀ ଦାଶଙ୍କ ସମେତ ଆଉଟରିଚ ମୁଖ୍ୟ ସୁବ୍ରତ କୁମାର ପତି ଅତିଥି ଭାବରେ ଯୋଗ ଦେଇଥିଲେ। ତେବେ ନିଜ ମହତ ଉଦ୍ଦେଶ୍ୟରେ ୧୦୦ତମ କାର୍ୟ୍ୟକ୍ରମ ଆୟୋଜନରେ ସଫଳତା ଯୋଗୁଁ ସଂଗଠନର ମୁଖ୍ୟ ସନ୍ତୋଷ ପଟ୍ଟନାୟକ ଏବଂ ଶ୍ରୀନିବାସ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Get real time updates directly on you device, subscribe now.