fbpx

ଜୁଇରେ ଜଳୁଛି ନବଙ୍କ ମରଶରୀର, ସେପଟେ ASIକୁ ଗିରଫ କଲା କ୍ରାଇମ ବ୍ରାଞ୍ଚ

ଭୁବନେଶ୍ୱର:ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗତ କାଲି ଦିନ ଦ୍ୱିପ୍ରହରରେ ଗୁଳିମାରି ହତ୍ୟା କରାଯାଇଛି । ତେବେ ହତ୍ୟା କାରୀ ଆଉ କେହି ନୁହେଁ ବରଂ ଜଣେ ପୋଲିସ ଏଆଇସି । ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ କ୍ରାଇମ ବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ । ଆଉ ଏହା ପରେ ପୋଲିସ କର୍ମୀ ଏଆଇଏସ ଗୋପାଳଙ୍କୁ ଗିରଫ କରିଛି ପୋଲିସ । ଏହାରସୂଚନା କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା କହିଛନ୍ତି । ଏହା ସହିତ ତାଙ୍କୁ ୭ ଦିନରେ ରିମାଣ୍ଡରେ ଆଣି ପଚରା ଉଚୁରା କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।
ଏହା ସହ ଘଟଣାସ୍ଥଳର ମଧ୍ୟ ଯାଞ୍ଚ ହେଇଥିବା ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ।

ତେବେ କେଉଁ କାରଣ ରୁ ସେ ଗୁଳି ମାରିଛନ୍ତି ଏବଂ ତାଙ୍କର ଏହା ପଛରେ ପୂର୍ବ ଶତୃତ୍ରା କିମ୍ବା କେଉଁ କାରଣ ରହିଛି ଏହି ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ବାହାର କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

ସୂଚନା ମୁତାବକ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅନ୍ତିମ ସଂସ୍ମାର ଝାରସୁଗୁଡାର ଖେରୁଆଲ ଠାରେ ସମାପ୍ତି ହୋଇଛି । ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । ହଜାର ହଜାର ଲୋକଙ୍କ ମଧ୍ୟରେ ତାଙ୍କ ଶେଷକ୍ରିୟା ସମ୍ପନ୍ନ ହୋଇଛି ।

Get real time updates directly on you device, subscribe now.