fbpx

Asia Cup-2023ରେ ସ୍ଥାନ ପାଇବେନି ଦୁଇ ଷ୍ଟାର ଖେଳାଳି: ଏହି ଟିମ୍ ଯିବ ଶ୍ରୀଲଙ୍କା!

ନୂଆଦିଲ୍ଲୀ: ଅଗଷ୍ଟ ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍-୨୦୨୩ । ଏଥିପାଇଁ ଭାରତୀୟ ଦଳରେ କେଉଁ ଖେଳାଳି ସାମିଲ ହେବେ ସେ ନେଇ ଚର୍ଚ୍ଚା ଲାଗି ରହିଛି । ତେବେ ବର୍ତ୍ତମାନ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଏକ ଦଳ ଘୋଷଣା କରାଯାଇଛି, ଯେଉଁଥିରେ ଦଳରୁ ବାଦ୍ ପଡ଼ିଛନ୍ତି ଭାରତର ଦୁଇ ଷ୍ଟାର ଖେଳାଳି । ତେବେ ଟି-୨୦ରେ ଦମଦାର ଡେବ୍ୟୁ କରିଥିବା ତିଲକ ବର୍ମା ଏହି ଦଳରେ ପାଇଛନ୍ତି ଏକ ସୁବର୍ଣ୍ଣ ସୁଯୋଗ । ତେବେ କମବ୍ୟାକ କରୁଥିବା ୟର୍କର କିଙ୍ଗ ଜଶପ୍ରୀତ ବୁମରାହ ମଧ୍ୟ ଏହି ଦଳରେ ସ୍ଥାନ ପାଇଛନ୍ତି ।

ସୂଚନା ଅନୁସାରେ, ଏସିଆ କପ୍ ପାଇଁ ଚୟନ ହୋଇଥିବା ଏହି ଦଳରେ ପୂର୍ବତନ ଉପ-ଅଧିନାୟକ କେ.ଏଲ ରାହୁଲ ଏବଂ ଶ୍ରେୟସ ଆୟରଙ୍କୁ ସ୍ଥାନ ଦିଆଯାଇ ନାହିଁ । ଆହତ ସମସ୍ୟା ଯୋଗୁଁ ଦୀର୍ଗ ଦିନରୁ ବାଦ୍ ପଡ଼ିଥିବା ବେଳେ ଏସିଆ କପରୁ ମଧ୍ୟ ଦୁହେଁ ସୁଯୋଗ ହରାଇଛନ୍ତି । ଏମାନଙ୍କ ସ୍ଥାନରେ ତିଲକ ବର୍ମାଙ୍କୁ ସୁଯୋଗ ଦିଆଯାଇଛି । ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରେ ଦମଦାର ଡେବ୍ୟୁ ସହିତ ଦମଦାର ପ୍ରଦର୍ଶନକୁ ନଜରରେ ରଖି ତାଙ୍କୁ ଏସିଆ କପ୍ ଦଳରେ ସାମିଲ କରାଯାଇଛି । ଏହାବ୍ୟତୀତ ସୂର୍ଯ୍ୟକୁମାର ଯାଦବ, ୟୁଜବେନ୍ଦ୍ର ଚହଲ ଏବଂ ଶାର୍ଦ୍ଦୁଳ ଠାକୁର ମଧ୍ୟ ଏହି ୧୫ ଜଣିଆ ଦଳରେ ସ୍ଥାନ ହାସଲ କରିଛନ୍ତି । ତେବେ ଏହି ଟିମ୍ ବିସିସିଆଇ ତରଫରୁ ଘୋଷଣା କରାଯାଇ ନାହିଁ । ଟିମ ଇଣ୍ଡିଆର ପୂର୍ବତନ କୋଚ୍ ରବି ଶାସ୍ତ୍ରୀଙ୍କ ସମେତ ଏମଏସକେ ପ୍ରସାଦ ଏବଂ ସନ୍ଦୀପ ପାଟିଲ ପ୍ରମୁଖ ଏହି ଦଳ ଚୟନ କରିଛନ୍ତି । ଇଣ୍ଡିଆର ଟପ୍ ଅର୍ଡର ପାଇଁ ତିଲକ ବର୍ମା ସବୁଠାରୁ ଭଲ ବିକଳ୍ପ ହେବେ ବୋଲି କହିଛନ୍ତି ରବି ଶାସ୍ତ୍ରୀ ଏବଂ କୋ. । ଦଳରେ ଜଣେ ବାମହାତୀ ବ୍ୟାଟରଙ୍କ ଅଭାବ ରହିଥିବା ବେଳେ ତିଲକ ଏହି ସ୍ଥାନ ପୂରଣ କରିପାରନ୍ତି ।

ତେବେ ତାଙ୍କ ବ୍ୟତୀତ ଟି-୨୦ର ସର୍ବଶ୍ରେଷ୍ଠ ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କୁ ଏହି ଦଳରେ ସୁଯୋଗ ମିଳିଛି । ଦିନିକିଆରେ ପ୍ରଦର୍ଶନ ସେତେଟା ଭଲ ନଥିଲେ ବି ତାଙ୍କୁ ଏହି ଦଳରେ ସ୍ଥାନ ଦେବା ପାଇଁ ଚାହୁଁଛନ୍ତି ପୂର୍ବତନ କୋଚ୍ । ସେହିପରି ୟୁଜବେନ୍ଦ୍ର ଚହଲ, କଳଦୀପ ଯାଦବ ଏବଂ ଶାର୍ଦ୍ଦୁଳ ଠାକୁର ଏହି ଦଳରେ ସ୍ଥାନ ପକ୍କା କରିଛନ୍ତି । କିନ୍ତୁ ଏହି ଦଳରେ ଜଣେ ମାତ୍ର ୱିକେଟ କିପର ଭାବରେ ଇଶାନ କିଶାନଙ୍କୁ ସ୍ଥାନ ଦିଆଯାଇଛି । ତେବେ ରୋହିତ ଶର୍ମାଙ୍କ ସହ ଗିଏ କିମ୍ବା ଇଶାନଙ୍କ ମଧ୍ୟରୁ କେହି ଜଣେ ଓପନ କରିପାରନ୍ତି ।

ଏକ୍ସପର୍ଟଙ୍କ ଏସିଆ କପ୍ ଦଳ: ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ, ଇଶାନ କିଶାନ, ବିରାଟ କୋହଲି, ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ସର ପଟେଲ, ଶାର୍ଦ୍ଦୁଳ ଠାକୁର, ୟୁଜବେନ୍ଦ୍ର ଚହଲ, କୁଳଦୀପ ଯାଦବ, ମହମ୍ମଦ ଶାମୀ, ମହମ୍ମଦ ସିରାଜ ଏବଂ ଜଶପ୍ରୀତ ବୁମରାହ ।

Get real time updates directly on you device, subscribe now.