fbpx

ଇଂଲଣ୍ଡରେ ଖେଳାଯିବ ଏସିଆ କପ୍-୨୦୨୩! ପରେ ଟିମ ଇଣ୍ଡିଆ ଜିତିପାରେ ଆଉ ଏକ ଟ୍ରଫି

ନୂଆଦିଲ୍ଲୀ: ଚଳିତବର୍ଷ ପାକିସ୍ତାନ ହାତରେ ରହିଛି ଏସିଆ କପ୍-୨୦୨୩ର ଆୟୋଜନ । କିନ୍ତୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦକୁ ନେଇ ଟୁର୍ଣ୍ଣାମେଣ୍ଟ ଆୟୋଜନକୁ ନେଇ ଆଶଙ୍କା ଲାଗି ରହିଛି । କାରଣ ଏସିଆ କପ୍ ଖେଳିବାକୁ ପାକିସ୍ତାନ ଯିବା ପାଇଁ ଭାରତ ମନା କରିସାରିଛି । ତେଣୁ ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟ ଅନ୍ୟ ଦେଶରେ ଆୟୋଜନ କରିବା ଯୋଜନା କରୁଛି । ତେବେ ଏସିଆ କପ୍-୨୦୨୩ ବର୍ତ୍ତମାନ ଇଂଲଣ୍ଡରେ ଖେଳାଯାଇପାରେ ଆଶଙ୍କା ରହିଛି ।

ଭାରତ ପାକିସ୍ତାନ ଯିବାକୁ ମନା କରିବା ପରେ ହାଇବ୍ରିଡ ମଡେଲ ପ୍ରସ୍ତୁତ କରିଥିଲା ପିସିବି । ଯେଉଁଥିରେ ସମସ୍ତ ମ୍ୟାଚ ପାକିସ୍ତାନରେ ଖେଳାଯିବାକୁ ଥିବା ବେଳେ ଭାରତର ସବୁ ମ୍ୟାଚ ଅନ୍ୟ ଦେଶରେ ଖେଳାଯିବ ବୋଲି କୁହାଯାଇଥିଲା । କିନ୍ତୁ ଏହି ହାଇବ୍ରିଡ ମେଡଲକୁ ଖାରଜ କରି ଦେଇଛନ୍ତି ଶ୍ରୀଲଙ୍କା ଏବଂ ବାଂଲାଦେଶ । ତେଣୁ ବର୍ତ୍ତମାନ ଏହା ଇଂଲଣ୍ଡରେ ଖେଳାଯିବ ବୋଲି କୁହାଯାଉଛି । ପିସିବିର ଚେୟାରମ୍ୟାନ ନଜମ ସେଠୀ କହିଛନ୍ତି ଯେ, ଏସିଆ କପ୍ ର ଆୟୋଜନ ପାଇଁ ଇଂଲଣ୍ଡକୁ ସମ୍ଭାବିତ ଭେନ୍ୟୁ ଭାବରେ ଦେଖାଯାଇପାରେ । ତେବେ ଏମିତି ହେଲେ ଭାରତ ପାଖରେ ଆଉ ଏକ ଟ୍ରଫି ଜିତିବାର ସୁବର୍ଣ୍ଣ ସୁଯୋଗ ମିଳିପାରିବ ।

ଇଂଲଣ୍ଡକୁ ଭାରତ ପାଇଁ ଖୁବ ଭାଗ୍ୟବାନ ବୋଲି କୁହାଯାଏ । ଏଠାରେ ୧୯୮୩ରେ ପ୍ରଥମ ଥର ପାଇଁ ବିଶ୍ୱକପ ଜିତିଥିଲା ଭାରତ । ଜୁନ ୭ ତାରିଖରେ ଭାରତ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମ୍ୟାଚ ଖେଳାଯିବ । ତେଣୁ ଉଭୟ ଟ୍ରଫି ଜିତିବା ପାଇଁ ଯୋଜନା କରୁଛନ୍ତି ରୋହିତ ଶର୍ମା ଏବଂ କୋଚ୍ ରାହୁଲ ଦ୍ରାବିଡ । ଏସିଆ କପ୍ ର ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଏବଂ ପାକିସ୍ତାନ ବ୍ୟତୀତ ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଏବଂ ନେପାଳ ଟିମ୍ ସାମିଲ ରହିଛନ୍ତି ।

Get real time updates directly on you device, subscribe now.