ନୂଆଦିଲ୍ଲୀ: ଭାରତୀୟ ପ୍ରତିଯୋଗୀ ମାନେ ଦମଦାର ପ୍ରଦର୍ଶନ ସହିତ ଏଠାରେ ଚାଲିଥିବା ୪୧ତମ ବରିଷ୍ଠ ଓ ୨୮ତମ ଜୁନିୟର ଏସିଆନ ଟ୍ରାକ ଆଣ୍ଡ ଦଶମ ପାରା ଟ୍ରାକ ସାଇକେଲିଂ ଚାମ୍ପିୟନଶିପ୍ର ଦ୍ୱିତୀୟ ଦିବସରେ ଆଉ ୮ ପଦକ ଅକ୍ତିଆର କରିଛି । ଶନିବାର ପ୍ରଥମ ଦିବସରେ ଭାରତକୁ ମିଳିଥିଲା ୭ ପଦକ । ଦ୍ୱିତୀୟ ଦିବସରେ ଭାରତୀୟ ପ୍ରତିଯୋଗୀ ଦବଦବା ଜାରି ରଖି ୧ ସ୍ୱର୍ଣ୍ଣ, ୩ ରୌପ୍ୟ ଓ ୪ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଦୁଇ ଦିନରେ ଭାରତ ଜିତିଛି ୧୮ ପଦକ । ଏଥି ମଧ୍ୟାରୁ ପାରା ସାଇକେଲିଂ ଇଭେଣ୍ଟର ୪ ଫାଇନାଲରେ ଭାରତ ଗୋଟିଏ ଲେଖାଏଁ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ପାଇଛି । ଆୟୋଜକ ଭାରତ ପରବର୍ତ୍ତୀ ଦିବସରେ ଆହୁରି ଅଧିକ ପଦକ ପାଇବା ସମ୍ଭାବନା ରହିଛି । ଏହି ପ୍ରତିଯୋଗିତାର ସଫଳତା ଭାରତର ସାଇକେଲ ଚାଳକଙ୍କୁ ଅନ୍ୟାନ୍ୟ ବିଶ୍ୱ ସ୍ତରୀୟ ପ୍ରତିଯୋଗିତାରେ ଅଧିକ ଭଲ ପ୍ରଦର୍ଶନ ପାଇଁ ପ୍ରୋତ୍ସାହନ ଯୋଗାଇବ ।