fbpx

ସମସ୍ତ ଜିଲ୍ଲାପାଳଙ୍କୁ ମୁଖ୍ୟ ଶାସନ ସଚିବଙ୍କ ଚିଠି

ଭୁବନେଶ୍ୱର, ୨୬ା୩(ଓଡ଼ିଶା ଭାସ୍କର): କରୋନା ସତର୍କତା ନେଇ ଓଡ଼ିଶା ଲକ୍ ଡ଼ାଉନ ରହିଛି । ଲକ୍ ଡ଼ାଉନ ସମୟରେ ସଉଦା ଉପଲବ୍ଧ କରାଇବା ନେଇ ସବୁ ଜିଲ୍ଲାପାଳଙ୍କୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଚିଠି ଲେଖିଛନ୍ତି । ବଡ଼ ବଜାରଗୁଡ଼ିକୁ ଭାଗଭାଗ କରି ଖାଲିଜାଗାକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭିଡ଼ କମାଇବା ଲାଗି ଦୋକାନର ବିକ୍ରୟ ସମୟକୁ ବଢ଼ାଯାଉ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି । ସାମାଜିକ ଦୁରତ୍ୱ ରଖିବାକୁ ଦୋକାନ ଆଗରେ ଠିଆହେବା ସ୍ଥାନ ଚିହ୍ନଟ ହେଉ ବୋଲି ମଧ୍ୟ ସେ କହିଛନ୍ତି । ଧାର୍ଯ୍ୟ ଡ଼େଲିଭରି ଚାର୍ଜ ବଦଳରେ ହୋମ୍ ଡ଼େଲିଭରିକୁ ଉତ୍ସାହିତ କରାଯାଉ । ଆବଶ୍ୟକ ସ୍ଥଳେ ଭ୍ରାମ୍ୟମାଣ ଖାଦ୍ୟ ଦୋକାନକୁ ସଉଦା ଦୋକାନ କରାଯାଉ । ସହାରାଞ୍ଚଳରେ ଏହି ନିୟମ ତୁରନ୍ତ କାର୍ଯ୍ୟକାରୀ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.