fbpx

ପ୍ୟାକେଜ ଘୋଷଣା ପରେ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର

ଭୁବନେଶ୍ୱର, ୨୬ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କରୋନା ଭାଇରସ୍ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । କରୋନାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୧.୭୦ହଜାର କୋଟିର ପ୍ୟାକେଜ ଆଜି ଘୋଷଣା କରିଥିଲେ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ଆହ୍ୱାନମୂଳକ ସମୟରେ ଦାୟିତ୍ୱବାନ ଶାସନର ପରିଚୟ ଦେଇଛନ୍ତି ମୋଦି । ଲକ୍ ଡ଼ାଉନ ବେଳେ ଏହି ପ୍ୟାକେଜ ଗରିବଙ୍କୁ ଖାଦ୍ୟ ଓ ଆର୍ଥିକ ସୁରକ୍ଷା ଦେବ । ଉଜ୍ଜ୍ୱଳା ଯୋଜନାରେ ୩ମାସରେ ୩ଟି ସିଲିଣ୍ଡର ଗରିବଙ୍କୁ ସହାୟକ ହେବ । ଏହାସହ କରୋନା ମହାମାରୀର ଆର୍ଥିକ ସମସ୍ୟାକୁ କମାଇବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

Get real time updates directly on you device, subscribe now.