fbpx
BJD
BJD SKY
BJD SKY

ରାହୁଲ ଗାନ୍ଧିଙ୍କ ବିରୋଧରେ ଏତଲା ଦେବାକୁ ନିର୍ଦ୍ଦେଶ ଦେଲେ ଆସାମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କ ବିରୋଧରେ ଏତଲା ରୁଜୁ କରିବାକୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଆସାମ ପୋଲିସ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାହୁଲ ଗାନ୍ଧି ଭିଡ଼କୁ ଉତ୍ତେଜିତ କରୁଥିବା ଅଭିଯୋଗ କରି ସେ ଏହି ନିର୍ଦ୍ଦେଶ ଦେଇଛନ୍ତି। “ଏଗୁଡ଼ିକ ଆସାମୀ ସଂସ୍କୃତିର ଅଂଶ ନୁହେଁ। ଆମେ ଏକ ଶାନ୍ତିପୂର୍ଣ୍ଣ ରାଷ୍ଟ୍ର ।”

ଏଭଳି ‘ନକ୍ସଲ ରଣନୀତି’ ଆମ ସଂସ୍କୃତିଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଭିଡ଼କୁ ଉତ୍ତେଜିତ କରିବା ଅଭିଯୋଗରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ମୁଁ ଆସାମ ପୋଲିସର ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛି । ଏଥିସହ ତାଙ୍କ ହ୍ୟାଣ୍ଡେଲରେ ପୋଷ୍ଟ ହୋଇଥିବା ଫୁଟେଜକୁ ପ୍ରମାଣ ଭାବେ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆପଣଙ୍କ ଅଶାଳୀନ ଆଚରଣ ଏବଂ ଗାଇଡଲାଇନ ଉଲ୍ଲଂଘନ ଯୋଗୁଁ ଗୌହାଟୀରେ ବ୍ୟାପକ ଟ୍ରାଫିକ୍ ଜାମ୍ ହୋଇଛି ।

ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ଆସାମର ଜୋରାବତରେ ଚାଲିବାକୁ ବାରଣ କଲା ଆସାମ ପୋଲିସ ଏହାପରେ କିଛି କଂଗ୍ରେସ କର୍ମୀ ପୁଲିସର ବ୍ୟାରିକେଡ୍ ଭାଙ୍ଗି ଦେଇଥିଲେ । ଗୁଆହାଟୀରେ ପ୍ରବେଶ କରିବାକୁ ବାରଣ କରାଯିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି ଯେ ଆମେ ବ୍ୟାରିକେଡ୍ ଭାଙ୍ଗିଛୁ କିନ୍ତୁ ଆଇନ ଭାଙ୍ଗିବୁ ନାହିଁ । ସେ କହିଛନ୍ତି, ଆସାମର ମୁଖ୍ୟମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଆଇନ ଭଙ୍ଗ କରିପାରନ୍ତି କିନ୍ତୁ କୌଣସି କଂଗ୍ରେସ କର୍ମୀ ଆଇନ ଭାଙ୍ଗିବେ ନାହିଁ ।

Get real time updates directly on you device, subscribe now.