fbpx

ଇଂଲଣ୍ଡ ବିପକ୍ଷ ସିରିଜରେ ରାହୁଲଙ୍କୁ ମିଳିବନି ସୁଯୋଗ! ହାତରୁ ଖସିଯିବ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ: ଆସନ୍ତା ୨୫ ତାରିଖରୁ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବ ଟିମ ଇଣ୍ଡିଆ । ଇଂଲଣ୍ଡକୁ ଭେଟିବା ପାଇଁ ଭାରତୀୟ ଦଳ ପ୍ରସ୍ତୁତ ହେଉଥିବା ବେଳେ ଦଳର ଷ୍ଟାର କ୍ରିକେଟର ବିରାଟ କୋହଲି ପ୍ରଥମ ଦୁଇଟି ଟେଷ୍ଟରୁ ବାଦ୍ ପଡ଼ଇଛନ୍ତି । ଏହାପରେ ଦଳରେ କେ.ଏଲ ରାହୁଲଙ୍କ ସ୍ଥାନ ଉପରେ ମଧ୍ୟ ଏକ ବଡ଼ ବିପଦ ଆସିଯାଇଛି । ଇଂଲଣ୍ଡ ବିପକ୍ଷରେ ତାଙ୍କ ହାତରୁ ବଡ଼ ଦାୟିତ୍ୱ ଖସି ଯାଇପାରେ ବୋଲି ଅନୁମାନ କରାଯାଉଛି । ସିରିଜ ଆରମ୍ଭ ହେବା ପୂର୍ବରୁ ଏ ନେଇ କୋଚ୍ ରାହୁଲ ଦ୍ରାବିଡ ଇସାରା ମଧ୍ୟ କରିଛନ୍ତି । ତେବେ ରାହୁଲ ୱିକେଟ କିପିଙ୍ଗ ଦାୟିତ୍ୱରୁ ଓହରି ପାରନ୍ତି ।

ଭାରତର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ କହିଛନ୍ତି ଯେ, ଇଂଲଣ୍ଡ ବିପକ୍ଷ ସିରିଜରେ ରାହୁଲ ଜଣେ ୱିକେଟ କିପର ଭାବରେ ଖେଳିବେ ନାହିଁ । ତେବେ ଦଳରେ ଜଣେ ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନ ଭାବରେ ତାଙ୍କୁ ସୁଯୋଗ ଦିଆଯିବ । କିନ୍ତୁ ୱିକେଟ କିପର ସ୍ଥାନ ପାଇଁ କେ.ଏସ ଭରତ କିମ୍ବା ଧ୍ରୁବ ଜୁଏଲଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିପାରେ । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ରାହୁଲ ଜଣେ ୱିକେଟ କିପର ଭାବରେ ଦାୟିତ୍ୱ ନେଇ ଦମଦାର ପ୍ରଦର୍ଶନ କରିଥିଲେ । ଏହାପରେ ମଧ୍ୟ ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ତାଙ୍କୁ ୱିକେଟ କିପର ଦାୟିତ୍ୱରୁ ବାଦ୍ ଦେବାକୁ ବାଧ୍ୟ ହୋଇପାରେ ଟିମ ଇଣ୍ଡିଆ ।

ଇଂଲଣ୍ଡ ବିପକ୍ଷ ଟିମକୁ ନେଇ ଦ୍ରାବିଡ କହିଛନ୍ତି ଯେ, ରାହୁଲ ଏହି ସିରିଜରେ ୱିକେଟ କିପର ଭାବରେ ଖେଳିବେ ନାହିଁ । ଦଳ ଏହି ଚୟନ ନେଇ ସ୍ପଷ୍ଟ ରହିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରେ ରାହୁଲ ଭଲ ପ୍ରଦର୍ଶନ କରିଥିଲେ । ଏହାପରେ ମଧ୍ୟ ଏହି ସିରିଜ ପାଇଁ ଅନ୍ୟ ୨ ୱିକେଟ କିପରଙ୍କୁ ଦଳରେ ଚୟନ କରାଯାଇଛି । ଏହି ସିରିଜର ପରିସ୍ଥିତି ଏବଂ ୫ ମ୍ୟାଚ ବ୍ୟତୀତ ସିରିଜକୁ ଦୃଷ୍ଟିରେ ରଖି ଏହି ଚୟନ କରାଯାଇଛି ବୋଲି କହିଛନ୍ତି କୋଚ୍ ରାହୁଲ ଦ୍ରାବିଡ ।

Get real time updates directly on you device, subscribe now.