fbpx

NIACL ପକ୍ଷରୁ ବିଜ୍ଞପ୍ତି: ଆସିଷ୍ଟାଣ୍ଟ ପଦରେ ଦିଆଯିବ ନିଯୁକ୍ତି, ଗ୍ରାଜୁଏଟ୍ ପ୍ରାର୍ଥୀଙ୍କ ପାଇଁ ବଡ଼ ସୁଯୋଗ

ବର୍ତ୍ତମାନ ନିଯୁକ୍ତି ସିଜିନ୍ ଚାଲିଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ବିଭାଗରେ ନିଯୁକ୍ତି ପ୍ରକ୍ରିୟା ଚାଲିଛି । ତେବେ ଏହା ମଧ୍ୟରେ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ କମ୍ପାନୀ ଲିମିଟେଡ (ଏନଆଇଏସିଏଲ) ପକ୍ଷରୁ ଅନେକ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସିଷ୍ଟାଣ୍ଟ ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ ।

ଆସନ୍ତା ଫେବୃଆରୀ ୧ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଫେବୃଆରୀ ୧୫ ତାରିଖରେ ସମାପ୍ତ ହେବ । ଚଳିତ ବର୍ଷ ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୨୧ ବର୍ଷ ଓ ସର୍ବାଧିକ ବୟସ ୩୦ ବର୍ଷ ହୋଇଥିବା ଆବଶ୍ୟକ । ମୋଟ ୩୦୦ଟି ପଦ ଖାଲି ରହିଛି ।

ପ୍ରାର୍ଥୀ ଯେ କୌଣସି ବିଶ୍ୱବିଦ୍ୟାଳୟରୁ ସ୍ନାତକ ପାସ୍ କରିବା ସହିତ ଆବେଦନ କରୁଥିବା ରାଜ୍ୟର ଆଞ୍ଚଳିକ ଭାଷା ଜାଣିଥିବେ । ମେଟ୍ରୋ ସିଟିମାନଙ୍କରେ ପ୍ରାଥମିକ ପର୍ଯ୍ୟାୟରେ ପ୍ରାର୍ଥୀଙ୍କୁ ମାସିକ ବେତନ ୩୭ ହଜାର ଟଙ୍କା ପ୍ରଦାନ କରାଯିବ । ଅଫିସିଆଲ ଭାବେ ବର୍ତ୍ତମାନ କେବଳ ସୂଚନା ପାଇଁ ଏହି ନୋଟିସ୍ ଜାରି କରାଯାଇଥିବା ବେଳେ ଆଗାମୀ ଦିନରେ ସମ୍ପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ ପାଇବ । ଇଚ୍ଛୁକ ପ୍ରାର୍ଥୀମାନେ ଏନଆଇଏସିଲର ଅଫିସିଆଲ ୱେବସାଇଟକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.newindia.co.in/portal/

Get real time updates directly on you device, subscribe now.