fbpx

(Video) ‘ଆମେ ଅଯୋଧ୍ୟାରେ ଯାହା ଦେଖିଲୁ….’ ଅଯୋଧ୍ୟାର ଅଦ୍ଭୁତ ଦୃଶ୍ୟ ଦେଖାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ରାମ ମନ୍ଦିର ନିର୍ମାଣ ପରେ ପ୍ରାଣପ୍ରତିଷ୍ଠା ଉତ୍ସବ ଶେଷ ହୋଇଛି । ରାମଲାଲାଙ୍କ ଅପୂର୍ବ ବାଲ୍ୟବିଗ୍ରହ ମନ୍ଦିରର ଗର୍ଭଗୃହରେ ସ୍ଥାପନା ହୋଇ ସାରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଭାରତର ଅନେକ ଜଣାଶୁଣା ଚେହେରା ସାମିଲ ହୋଇଛନ୍ତି । ଦେଶର ପ୍ରତିଷ୍ଠିତ ରାଜନେତା, ଅଭିନେତା, ଖେଳାଳି ତଥା ଶିଳ୍ପପତି ଏହି କାର୍ଯ୍ୟକ୍ରମରେ ସାକ୍ଷୀ ରହିଥିଲେ ।

ପ୍ରାଣ ପ୍ରତିଷ୍ଠା ପରେ ଆଜିଠାରୁ ସାଧାରଣ ଲୋକଙ୍କୁ ରାମଲାଲାଙ୍କ ଦର୍ଶନ ପାଇଁ ରାମ ମନ୍ଦିର ଖୋଲାଯାଇଛି । ତେବେ ମନ୍ଦିର ଖୋଲିବା ମାତ୍ରେ ଆଜି ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ଭକ୍ତମାନଙ୍କର ଏକ ବିରାଟ ସମାବେଶ ଦେଖିବାକୁ ମିଳିଛି । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁୟାରୀ ୨୨ ତାରିଖ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ସକାଳ ସମୟରେ ରାମ ମନ୍ଦିରର ଏକ ଦୃଶ୍ୟ(ଭିଡିଓ) ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ଏକ ଭିଡିଓ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଭିଡିଓକୁ ସେୟାର କରିବା ସହ ସେ ଲେଖିଛନ୍ତି ଯେ, ଗତକାଲି ୨୨ ଜାନୁୟାରୀରେ ଆମେ ଅଯୋଧ୍ୟାରେ ଯାହା ଦେଖିଛୁ, ତାହା ଆଗାମୀ ବର୍ଷ ବର୍ଷ ପାଇଁ ଆମ ସ୍ମୃତି ହୋଇ ରହିବ । ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀ ମନ୍ଦିରରେ ପ୍ରବେଶରୁ ଆରମ୍ଭ କରି ମନ୍ଦିରର ସୁନ୍ଦରତା ସହିତ ଗର୍ଭଗୃହରେ ପ୍ରାଣ ପ୍ରତିଷ୍ଠାର ବିଭିନ୍ନ ଦୃଶ୍ୟ ସେୟାର କରିଛନ୍ତି ।

ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହେବା ପରେ ଭକ୍ତ ରାମଲାଲାଙ୍କ ଦର୍ଶନ ପାଇଁ ବ୍ୟଗ୍ର ବ୍ୟାକୁଳ ହୋଇ ପଡ଼ିଛନ୍ତି । ରାମ ମନ୍ଦିରର ମୁଖ୍ୟ ଦ୍ୱାର ନିକଟରେ ହଜାର ହଜାର ସଂଖ୍ୟାରେ ରାମଭକ୍ତମାନଙ୍କ ଧାଡ଼ି ଦେଖିବାକୁ ମିଳିଛି । ମନ୍ଦିରରେ ମଙ୍ଗଳ ଆରତୀ ସକାଳ ୪.୩୦ରୁ ୫ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହାପରେ ରାମ ମନ୍ଦିରରେ ପ୍ରତିଦିନ ୫ଟା ସମୟରେ ଆରତୀ କରାଯିବ । ତେବେ ମଧ୍ୟାହ୍ନ ୧.୦୦ଟାରୁ ୩ଟା ପର୍ଯ୍ୟନ୍ତ ରାମ ମନ୍ଦିରରେ ଦର୍ଶନ ବ୍ୟବସ୍ଥା ବନ୍ଦ ରହିବ ବୋଲି ଜଣାଯାଇଛି ।

Get real time updates directly on you device, subscribe now.