fbpx
BJD
BJD SKY
BJD SKY

ପ୍ରଥମ ଦିନରେ ରାମ ମନ୍ଦିରରେ ପ୍ରବଳ ଭିଡ଼; ସମ୍ଭାଳିପାରୁନାହାନ୍ତି ପୋଲିସ, ଆହତ ହେଲେଣି ବହୁ ଶ୍ରଦ୍ଧାଳୁ

ନୂଆଦିଲ୍ଲୀ: ସୋମବାର ପ୍ରାଣ ପ୍ରତିଷ୍ଠ ପରେ ମଙ୍ଗଳବାର ପ୍ରଥମ ଥର ପାଇଁ ସାଧାରଣ ଲୋକଙ୍କ ପାଇଁ ଖୋଲିଛି ରାମ ମନ୍ଦିରର ଦ୍ୱାର । ପ୍ରଥମ ଦିନରେ ହିଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିରରେ ପହଞ୍ଚିଛନ୍ତି । ଭୋର ୩ ଟାରୁ ଦର୍ଶନ ପାଇଁ ମନ୍ଦିର ବାହାରେ ଲୋକଙ୍କ ଭିଡ଼ ଜମିଥିଲା । ଭିଡ଼ ଏତେ ଅଧିକ ଯେ ଏହାକୁ ସମ୍ଭାଳିବା ପୋଲିସ କର୍ମଚାରୀଙ୍କ ପାଇଁ କଷ୍ଟକର ମନେ ହେଉଛି ।

ମନ୍ଦିରର ଭିଡିଓରେ ଦେଖିବାକୁ ମିଳୁଛି ଯେ ସୁରକ୍ଷା ବଳୟ ଭାଙ୍ଗି ବଳପୂର୍ବକ ବହୁ ସଂଖ୍ୟକ ଲୋକ ମନ୍ଦିର ପରିସରକୁ ପ୍ରବେଶ କରୁଛନ୍ତି ।

ଅନ୍ୟ ଏକ ଭିଡିଓରେ ଅଧିକାରୀମାନେ ଜଣେ ବ୍ୟକ୍ତିଙ୍କୁ ଷ୍ଟ୍ରେଚରରେ ବୋହି ମନ୍ଦିର ପରିସର ବାହାରେ ଆମ୍ବୁଲାନ୍ସ ରଖିଥିବା ଦେଖିବାକୁ ମିଳିଛି । ଏଠାରେ ବହୁ ସଂଖ୍ୟକ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ରାମ ମନ୍ଦିରଗର୍ଭଗୃହରେ ଗୃହ ବିଭାଗର ପ୍ରମୁଖ ଶାସନ ସଚିବ ତଥା ପୋଲିସ ମହାନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଉପସ୍ଥିତ ଅଛନ୍ତି ।

ବର୍ତ୍ତମାନ ସୁଦ୍ଧା ଅଯୋଧ୍ୟାର ରାମଲାଲାଙ୍କୁ ପ୍ରାୟ ଅଢ଼େଇରୁ ତିନି ଲକ୍ଷ ଶ୍ରଦ୍ଧାଳୁ ଦର୍ଶନ କରିସାରିଲେଣି । ଆହୁରି ସମାନ ସଂଖ୍ୟକ ଲୋକ ଦର୍ଶନ ପାଇଁ ଅପେକ୍ଷା କରିଛନ୍ତି । ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଉଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣରେ ରହିଥିବା କୁହାଯାଉଛି ।

Get real time updates directly on you device, subscribe now.